ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶିବାହାଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ

କାଶିବାହାଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାଶିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାଶିବାହାଲ କ୍ଲଷ୍ଟର ସିଆରସିସି ରାଜେନ୍ଦ୍ର କୁମାର ଦୁରିଆଙ୍କ ସଂଯୋଜନାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, ସୃଜନଶୀଳ ଲିଖନ, ଦଳଗତ ନୃତ୍ୟ ଏବଂ ମଧ୍ୟାହ୍ନ ଭୋଜନ ଚିତ୍ର କଳା ଓ ଶିଳ୍ପ କଳା ପ୍ରତିଯୋଗିତା ହୋଇଥିଲା । ସେହିପରି ଏଫ୍ ଏଲ୍ ଏନ୍ ଗ୍ରେଡ୍ ର ଛାତ୍ରଛାତ୍ରୀ ମାନଙ୍କର ଗଣିତ କୁଇଜ୍, ଦୌଡ଼, ଚିତ୍ରାଙ୍କନ ଓ ଗଳ୍ପ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଯଥାକ୍ରମେ ଧର୍ମଗଡ଼ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା ମୁଖ୍ୟ ଅତିଥି, ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଗଣପତି ବାଗ ମୁଖ୍ୟ ବକ୍ତା, କନକ ନ୍ୟୁଜ୍ ଓ ସମ୍ବାଦର ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, କାଉନସିଲର ପ୍ରବୀଣ କୁମାର ପଣ୍ଡା ଓ ରତ୍ନ ପାତ୍ର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହେରା, ସମାଜସେବୀ ଚତୁର୍ଭୁଜ ତାଣ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ବେହେରା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଭାରତ ବନ୍ଧୁ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା। ସମସ୍ତ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କାଶିବାହାଲ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜନ୍ମାଷ୍ଟମୀ ପାଇଁ ଯାଦବ ଉନ୍ନୟନ ସମିତିର ପ୍ରସ୍ତୁତି ବୈଠକ

masiha

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଆଲୁମିନ୍ ଗଠନର ପ୍ରସ୍ତୁତି ବୈଠକ !!!

Sunil Chandra Nayak

ଚିଲିଗୁଡା ରେ ଭୁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଉଦଘାଟିତ

Leave a Comment

error: Content is protected !!