ଦ୍ରୁତଗତି ବାଇକ୍ ଚଳାଇ ଇଲେକ୍ଟ୍ରି ଖମ୍ବରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ
ଥୁଆମୁଲ ରାମପୁର : ଦ୍ରୁତଗତି ଓ ଅସାବଧାନତା ଯୋଗୁଁ ଇଲେକ୍ଟ୍ରୀ ଖମ୍ବରେ ବାଇକ୍ ରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଥୁଆମୁଲ ରାମପୁର ବ୍ଲକ ଗୁଣପୁର ଗ୍ରାମର ଘେନୁ ଦଣ୍ଡସେନା ଙ୍କ ପୁଅ ଗୋପାଳ ଦଣ୍ଡସେନା ବୟସ ୩୭ , କର୍ଲାପାଟ ଗ୍ରାମକୁ ଯାଇ ଫେରୁଥିବା ସମୟରେ ଏକୁଟିଆ ବାଇକ୍ ଚଳାଇ ସନ୍ଧ୍ୟା ରେ ଫେରୁଥିବା ବେଳେ ସନ୍ଧୀମୁଣ୍ଡା ଗାଁ ଚମ୍ପା ପୋଳିଆ ପାଖ ଲାଇଟ୍ ଖମ୍ବରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ କର୍ଲାପାଟ ଥାନା ପୋଲିସ ଷ୍ଟାଫ୍ ଆସି ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।
ଥୁଆମୂଲ୍ ରାମପୁର ରୁ ରବି ନାରାୟଣ ସିଂହ ମସିହା ନିୟୁଜ୍

