ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସାତଦିନିଆ ଏନ୍‌ଏସ୍‌ଏସ୍‌ (NSS) ସ୍ୱତନ୍ତ୍ର ଶିବିରର ଉଦ୍‌ଯାପନୀ ସମାରୋହ , ୨- ଅପହୃତା ନାବାଳିକାକୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାପାଇଁ ଦାବୀ , ୩- ପୂର୍ବତନ ବିଧାୟକ ସୁଧୀର ସାମଲ ଲକ୍ଷ୍ମୀପୂଜା ବୁଲି ମା’ଙ୍କ ଆଶିଷ ଲାଭକଲେ

 ସାତଦିନିଆ ଏନ୍‌ଏସ୍‌ଏସ୍‌ (NSS) ସ୍ୱତନ୍ତ୍ର ଶିବିରର ଉଦ୍‌ଯାପନୀ ସମାରୋହ

ଢେଙ୍କାନାଳ, ନଭେମ୍ବର ୩, ୨୦୨୬: ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା, ଗୋଷ୍ଠୀ ଉନ୍ନୟନ ଏବଂ ସ୍ୱେଚ୍ଛାକୃତ ସେବା ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଶାଖା ପକ୍ଷରୁ ବିଦ୍ୟାଳୟ ପରିସରରେ ସାତଦିନିଆ ଏନ୍‌ଏସ୍‌ଏସ୍‌ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା।

ଏନ୍‌ଏସ୍‌ଏସ୍‌ ସ୍ୱତନ୍ତ୍ର ଶିବିରର ଶେଷ ଦିନରେ ବିଦ୍ୟାଳୟ ପରିସର ଏବଂ ପୂଜା ପଣ୍ଡାଲ ନିକଟସ୍ଥ ଶିବିର ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଶିବିର ସ୍ଥଳୀରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ପୂଜା ପଣ୍ଡାଲ ନିକଟରେ ଆବଶ୍ୟକତା ଥିବା ଲୋକମାନଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିଥିଲେ।

ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶକୁନ୍ତଳା ଜେନା, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡଃ ପଙ୍କଜ କୁମାର ବାରିକ, ଜିଲ୍ଲା ଏନ୍‌ଏସ୍‌ଏସ୍‌ ନୋଡାଲ ଅଧିକାରୀ ରବର୍ଟ ୱିଲିନ୍‌ସନ୍‌ ଭାତ୍ରା, ପ୍ରଶାସନିକ ବର୍ସର ଶ୍ରୀ ଭୁବନେଶ୍ୱର ମୁଦୁଲି ଏବଂ ଏକାଡେମିକ୍‌ ବର୍ସର ଡଃ ପଦ୍ମନାଭ ପତ୍ରି ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସହ-କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଆଲୋକ କୁମାର ସେଠୀ ଏବଂ ସୁଶ୍ରୀ ମଧୁସ୍ମିତା ନାଏକ ମଧ୍ୟ ଉପସ୍ଥିତ ଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷା ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିବାବେଳେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡଃ ପଙ୍କଜ କୁମାର ବାରିକ ସାତଦିନିଆ ସ୍ୱତନ୍ତ୍ର ଶିବିରର ବିବରଣୀ ଓ ରିପୋର୍ଟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି, ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ଅତିଥିମାନେ ଛାତ୍ରୀମାନଙ୍୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ନେତୃତ୍ୱ ଗୁଣ ଏବଂ ସେବା ମନୋଭାବ ବିକଶିତ କରିବାରେ ଏନ୍‌ଏସ୍‌ଏସ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସାତଦିନିଆ ଏନ୍‌ଏସ୍‌ଏସ୍‌ ଶିବିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମସ୍ତ ସ୍ୱେଚ୍ଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ବିଦ୍ୟାଳୟର ଜଣେ ପୂର୍ବତନ ଅଣଶିକ୍ଷକ କର୍ମଚାରୀଙ୍କୁ ବିଦ୍ୟାଳୟ ପ୍ରତି ତାଙ୍କର ନିଃସ୍ୱାର୍ଥପର ସେବା ଓ ଅବଦାନ ପାଇଁ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ଦ୍ୱାରା ଏନ୍‌ଏସ୍‌ଏସ୍‌ ପତାକା ଅବତରଣ କରାଯାଇଥିଲା। ଶିବିରର ଶେଷ ପର୍ଯ୍ୟାୟରେ କ୍ୟାମ୍ପ ଫାୟାର୍‌ (ଅଗ୍ନିକୁଣ୍ଡ କାର୍ଯ୍ୟକ୍ରମ) ଆୟୋଜନ ପରେ ଉଦ୍‌ଯାପନୀ ସମାରୋହ ସମାପ୍ତ ହୋଇଥିଲା।

ସାତଦିନିଆ ଏନ୍‌ଏସ୍‌ଏସ୍‌ ସ୍ୱତନ୍ତ୍ର ଶିବିରର ଉଦ୍‌ଯାପନୀ ସମାରୋହର ସଭାକୁ ଶ୍ରୀମତୀ ସନ୍ଧ୍ୟାରାଣୀ ଜେନା ପରିଚାଳନା କରିଥିବାବେଳେ ସୁଶ୍ରୀ ମଧୁସ୍ମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏନ୍‌ଏସ୍‌ଏସ୍‌ର ମୂଳମନ୍ତ୍ର “ମୁଁ ନୁହେଁ, ତୁମେ” (Not Me, But You) କୁ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟରେ ଉପଲବ୍ଧି କରାଇବା ଏବଂ ସେମାନଙ୍କୁ ସମାଜସେବା, ମାନବିକତା ଓ ସ୍ୱେଚ୍ଛାକୃତ ସେବାର ପଥରେ ଆଗେଇ ନେବା।ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳ, ଓଡ଼ିଶା।

ଅପହୃତା ନାବାଳିକାକୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାପାଇଁ ଦାବୀ 

ଆଜି ତା ୦୩/୧୧/୨୦୨୬ ରିଖ ଦିନ ବାପା ଓମପ୍ରକାଶ ନାଏକ ଓ ମାଆ ବବିନା ନାଏକ, ଗ୍ରାମ -ପଥରଗଡା,ଥାନା – ସଦର, ଜିଲ୍ଲା -ଢେଙ୍କାନାଳ ତାଙ୍କର ଅପହୃତା ନାବାଳିକାକୁ ପାଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଝିଅକୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାପାଇଁ ଅଭିଯୋଗ କରିଛନ୍ତି।ଗତ ତା-୦୨/୦୨/୨୦୨୬ ରିଖରୁ ଗ୍ରାମର ମାନସ ନାଏକ, ଅଖିଳ ନାଏକ,ବ୍ରଜନାଏକ,ବିପିନ୍ ନାଏକ ଓ ପପୁ ନାଏକ ଝିଅ ସ୍କୁଲରୁ ଫେରୁଥିବା ବେଳେ କାର ରେ ବଳପୂର୍ବକ ଉଠାଇ ନେଇ ପପୁ ନାଏକ ପିତା- ବିପିନ୍ ନାଏକ ସହିତ ଗ୍ରାମର ବୁଢୀଦେଇ ଠାକୁରାଣୀଙ୍କ ମନ୍ଦିରରେ ବିବାହ କରାଇଦେଲେ‌।ବୁଢୀଦେଇଠାକୁରାଣୀ ମଣ୍ଡପରେ ସାହିର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଗ୍ରାମର ୨୦ ରୁ ୨୫ ଜଣ ମହିଳା ପୁରୁଷ ମିଳିତଭାବେ କଙ୍ଗାରୁ କୋର୍ଟ କରି ବାହାଘର ପାଇଁ ରାଜି କରାଇଲେ। ନୋହିଲେ ଗ୍ରାମରେ ରଖେଇନଦେବା ଓ ଜୀବନରେ ମାରିଦେବାକୁ ଧମକ ଦେଲେ। ଆଶାକର୍ମୀ ପ୍ରଭାସିନୀ ନାଏକ ଓ ସ୍ବାମୀ ବ୍ରଜକିଶୋର ନାଏକ ଝିଅର ବାପା ମାଆ ହୋଇ ଝିଅକୁ ବେଆଇନ୍ ଭାବେ ବିବାହ କରାଇଦେଲେ।ପପୁ ନାଏକ ଝିଅର ଅନିଚ୍ଛା ସତ୍ତ୍ବେ ବଳପୂର୍ବକ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବାରୁ ଝିଅର ଦେହ ଖରାପ ହେଲା ଓ ତାକୁ ଦୋକାନରୁ ଔଷଧ ଆଣି ଖୁଆଇଲେ। ଯୌତୁକ ବାବଦକୁ ଏକ ଲକ୍ଷ ଟଙ୍କା,ସୁନା ଚେନ୍,ସୁନା ମୁଦି ଓ ବାସନ କୁସନ ଆଣିବାକୁ କହିଲେ।ନ ଦେଇପାରିବରୁ ବାପାର ଘରଡିହ ଜମି ଦେବାକୁ ବାଧ୍ୟ କଲେ। ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଲେ,ଫଳରେ ଝିଅ ତାଙ୍କ ଘରୁ ଜୀବନ ବଞ୍ଚାଇବାକୁ କେଉଁଆଡେ ପରଳାଇଲା।ଆମେ ଝିଅକୁ ଖୋଜାଖୋଜି କରିପାଇଲୁ ନାହିଁ।ତଦନ୍ତ ଅଧିକାରୀ ଏତଲା ପଞ୍ଜିକରଣ କରି ହାତ ବାନ୍ଧି ବସିପଡିଲେ।ଫଳରେ ଅଭିଯୁକ୍ତମାନେ ଆମ୍ଭଙ୍କୁ ନାନାପ୍ରକାରେ ହଇରାଣ କଲେ ଓ ଆମ୍ଭଙ୍କୁ କେଶ୍ ଉଠାଇବା ପାଇଁ ବଳପ୍ରୟୋଗ କଲେ।ସାହି ଯାକ ଲୋକ ଆମ୍ଭଙ୍କୁ ଏକ ଘରିଆ କରି ରଖିଛନ୍ତି।ଆମ୍ଭ ଭୟଭୀତ ହୋଇ ଜୀବନ ଯାପନ କରୁଛୁ।ଗତକାଲି ଝିଅକୁ ପାଇ ତାହାର ସୁରକ୍ଷା, ଅଧିକାର, ନ୍ୟାୟ, ଶିକ୍ଷା ଓ ସମ୍ମାନ ବଞ୍ଚାଇବାପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିବେଦନ କରିଥିଲେ ଓ ଝିଅର ଡାକ୍ତରୀ ପରୀକ୍ଷା ଓ ବୟାନ୍ ରେକର୍ଡ କରିବା ସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ନିବେଦନ କରିଥିଲେ। ମହିମା ଓ ଶିଶୁ ସୁରକ୍ଷା ଅଧିକାରୀ ଆଜିପର୍ଯ୍ୟନ୍ତ ନିରବଦ୍ରଷ୍ଟା ସାଜିଛନ୍ତି। ବିଭିନ୍ନ ବିଭାଗରୁ ନ୍ୟାୟ ନ ପାଇ ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୁହାରୀ କରିଛନ୍ତି।

ପୂର୍ବତନ ବିଧାୟକ ସୁଧୀର ସାମଲ ଲକ୍ଷ୍ମୀପୂଜା ବୁଲି ମା’ଙ୍କ ଆଶିଷ ଲାଭକଲେ

ଢେଙ୍କାନାଳରେ ବିଶ୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜାରେ ଖଚାଖଚ ଭିଡ ଲାଗିରହିଥିବାବେଳେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଲକ୍ଷ୍ମୀପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ପହଁଚି ମା’ଙ୍କ ଆଶିଷ ଲାଭକରିଥିଲେ । ବିଭିନ୍ନ ପୂଜା ମଣ୍ଡପକୁ ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ପୂଜା କମିଟି କର୍ମକର୍ତା ଓ ମୁରବୀମାନଙ୍କ ସହିତ ଚଳିତ ବର୍ଷର ପୂଜା ଆୟୋଜନ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ସାମଲଙ୍କ ସହିତ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଜିଲ୍ଲାପରିଷଦ ଅଧ୍ଯକ୍ଷା ଅର୍ଜନା ପୁହାଣ, ପୌରପରିଷଦର ଉପାଧ୍ଯକ୍ଷ ପ୍ରକାଶ କୁଅଁର, ଓକିଲ ସଂଘ ସଭାପତି ଗୋପାଳ ପାତ୍ର ଓ ବିଜେଡି କାଉନ୍ସିଲର ବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଗୋପବନ୍ଧୁ ବଜାରଠାରେ ଚଳିତ ବର୍ଷ ୩୮ବର୍ଷରେ ପୂଜା ପଦାର୍ପଣ କରିଛି । ଏଠାରେ ଆକର୍ଷଣୀୟ ଆଲୋକ ସହିତ ତୋରଣ ନିର୍ମାଣ ହୋଇଛି । ଶ୍ରୀ ସାମଲ ଉକ୍ତ ପୂଜା ମଣ୍ଡପରେ ପହଁଚି ମା’ଙ୍କୁ ପୂଜାର୍ଚ୍ଚନା ସହିତ ଆଶିଷ ଲାଭ କରିଥିଲେ । ସଭାପତି ବିକାଶ ସାହୁ, ସଂପାଦକ ସରୋଜ କୁମାର ମଲ୍ଲିକ, ସହ-ସଂପାଦକ ସଂଗ୍ରାମ ମଲ୍ଲିକ, କୋଷାଧ୍ୟକ୍ଷ ଅନନ୍ତ ମଲ୍ଲିକ, ସଦସ୍ୟ ସାହିଲ୍ ମଲ୍ଲିକ, ଟିଂଚି ମଲ୍ଲିକ, ସହଦେବ ମଲ୍ଲିକ, ପିଲ୍ମ୍ ମଲ୍ଲିକ, ମୁନା ମଲ୍ଲିକ ଓ ପପୁ ମଲ୍ଲିକ ପ୍ରମୁଖ ଅତିଥିମାନଙ୍କୁ ସାଗତ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!