ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଆସିକା, ୨୭/୧୧/୨୫ — ଧରାକୋଟ ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ ସମ୍ମୁଖରେ ଧରାକୋଟ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ଏକ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ବ୍ଲକ ଅଧିନସ୍ଥ 189 ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରେ ଗ୍ୟାସ ଚୁଲା ସହଜରେ ବିଭିନ୍ନ ଶିଶୁ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ରୋଷେଇ ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ସେଥିପାଇଁ କର୍ମୀ ମାନଙ୍କୁ ଡେମୋ ଦେଖାଇ ଆଗ୍ନୀକ ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସି ଡି ପି ଓ ସୁନିଲ ପ୍ରଭା ରଥ, ସୁପରଭାଇଯର ରାଜଲକ୍ଷ୍ମୀ ପ୍ରଧାନ, ଭଗ୍ୟଲତା ମଣ୍ଡଳ, ଲକ୍ଷ୍ମୀ ଦଳେଇ,ପଦ୍ମାବତୀ ମଲିକ, ସୁଶୀଳା ମଲିକ ଓ ଅରୁନ୍ଧତୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଜିଲ୍ଲା ଦେବୋତ୍ତର ବିଭାଗର ନିଲାମ ବିଜ୍ଞପ୍ତି ସୃଷ୍ଟି କରିଛି ଜନ ଅସନ୍ତୋଷ

Sunil Chandra Nayak

ରାଇରଙ୍ଗପୁର ଠାରେ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ

Sunil Chandra Nayak

ମହାବୀରରୋଡ଼ ଫାଣ୍ଡି କୁ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!