ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମୁର୍ମୁ ଛକରେ ଅତ୍ୟାଧୁନିକ ମିଲନ ମ୍ଯୁଜିକ ଷ୍ଟୁଡିଓ ଉଦଘାଟିତ

ମୟୂରଭଞ୍ଜ -୧୮/୬ (ମସିହା)ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡ ବହୁଭାଷୀ କଳା ଓ ସଂସ୍କୃତି ର ଏନ୍ତୁଡ଼ିଶାଳ ।ହେଲେ ଦୁଖରର ବିଷୟ ଲୋକ କଳା ଓ ସଂସ୍କୃତି,ଗୀତି,ନୃତ୍ଯ ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପ୍ରଚେଷ୍ଟା ନାହିଁ ।ଯାହାର ଫଳରେ ସଂସ୍କୃତି ଆଜି ହଜି ହଜିଯାଇଛି ।ଲୋକକଳା ନିଭି ଯାଉଛି । ସଂସ୍କୃତି ବିପନ୍ନ । ଏହାକୁ ନେଇ ଓଡ଼ିଶାର ସୁନାମଧନ୍ଯ ସଂସ୍କୃତି ସଂଗଠକ ରାଇରଙ୍ଗପୁର ଅଂଚଳର ରାମଚନ୍ଦ୍ର ସୋରେନ ଦିର୍ଘ ବର୍ଷ ନିଜସ୍ବ ପ୍ରଚେଷ୍ଟାରେ ରାଇରଙ୍ଗପୁର ପଣ୍ଡିତ ରଘୁନାଥ ମୁର୍ମୁ ଛକ ସନ୍ନିକଟ ରେ ଏକ ଅତ୍ୟାଧୁନିକ ମିଲନ ରେକର୍ଡିଂ ଷ୍ଟୁଡିଓ ପ୍ରତିଷ୍ଠା କରିଛନ୍ତି । ଏହାକୁ ବିଶିଷ୍ଟ ଶିକ୍ଷାବିତ ଏବଂ ସୁନାମଧନ୍ୟ ମ୍ଯୁଜିକସିଆନ ପ୍ରଶାନ୍ତ ପରୀକ୍ଷା ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ମ୍ଯୁଜିକ ଡାଇରେକ୍ଟର ଚନ୍ଦନ ବାସ୍କେ, ସୁନାମଧନ୍ୟ ଗାୟକ କୁମାର ମୁନୁ,ମ୍ଯୁଜିକ ଡାଇରେକ୍ଟର ରମାକାନ୍ତ ହାଁସଦା, ଲିରିଷ୍ଟ କରନ ହାଁସଦା , କଳାକାର ପିଣ୍ଟୁ ସୋରେନ,,ମ୍ଯୁଜିକ ଡାଇରେକ୍ଟର ଥୋମାସ ବାସ୍କେ, ସୁନାରାମ ସିଂ,,ସତ୍ୟ ରାମ,ମୁନା,ମେଘନାଦ ହେମ୍ବ୍ରମ,ଗାୟିକା ଯମୁନା ଟୁଡୁ,ଗାୟିକା ଅନିତା ବେଶ୍ରା,,କୁମାର ସାଓ୍ବାନ,ଗାୟକ ମଦନ ମାରାଣ୍ଡି,ଗାୟକ ବିପି ସିଂ ବୋଇପାଇ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।ଏଠି ଭୟସ୍ ରେକର୍ଡିଂ, ଉନ୍ନତମାନର ମ୍ଯୁଜିକ ପ୍ରଡକ୍ସନ, ଥିମ୍ ସ୍କ୍ରିନିଂ,ଆଙ୍କରିଂ,ନିଉଜ ରିଡିଂ କଳାକାର ମାନଙ୍କୁ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଲିମ ପ୍ରଦାନ କରାଯିବ ।ଏହାର ଉଦେଶ୍ୟ ଏଠାରେ ନୂତନ ଯୁବ କଳାକାର ପ୍ରତିଭା ସୃଷ୍ଟି କରିବା ଉଦେଶ୍ଯ । ଶିଶୁ, ଯୁବ ଓ ଉତ୍ସାହୀ କଳାକାର ମାନେ ଏହାର ଲାଭ ଉଠାଇବାକୁ ମିଲନ ଷ୍ଟୁଡିଓ ର ମୁଖ୍ୟ ରାମଦାସ ସୋରେନ୍ ଗଣମାଧ୍ୟମକୁ କହିଥିଲେ ।କଳାକାର ମାନେ ଭୟସ ରେକର୍ଡିଂ ପାଇଁ ଖର୍ଚ୍ଚାନ୍ତ ସୋଇ ସୁଦୂର ବାରିପଦା ଏବଂ ଟାଟା ନଗର ନ ଯାଇ ସବୁକିଛି ସୁବିଧା ଏଠାରେ ପାଇଁ ପାରିବେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ରାଇରଙ୍ଗପୁର ସହର ଭଳି ଏକ ସହରରେ ମିଲନ ଷ୍ଟୁଡିଓ ପ୍ରତିଷ୍ଠାର ପାଇଁ ରାମଦାସ ସୋରେନ ନେଇଥିବା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

Sunil Chandra Nayak

ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

masiha

ଜଳବନ୍ଦୀ ଜୀବନରୁ ତ୍ରାହି ପାଇବେ ଇଦ୍ରାବତୀ ବୁଡି ଅଞ୍ଚଳ ବାସୀ

Leave a Comment

error: Content is protected !!