ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ

ନବରଙ୍ଗପୁର ତା ୧୮/୦୬(ମସିହା)ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା ର ସଫଳ ମୁକାବିଲା କିପରି କରାଯାଇ ଲୋକଙ୍କ ର ଧନ,ଜୀବନ କୁ ସୁରକ୍ଷିତ ଭାବରେ ବିପଦ ରୁ ରକ୍ଷା କରାଯାଇ ପାରିବ ସେ ବିଷୟରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସାମୁହିକ ଅଭ୍ୟାସ ( ଟେବୁଲ ଟପ୍ ଏକସରସାଇଜ) ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ୧୯୯୯ ମସିହାରେ ରାଜ୍ୟରେ ଘଟିଥିବା ପ୍ରଳୟଙ୍କାରୀ ମହା ବାତ୍ୟା ତଥା ପରବର୍ତ୍ତୀ ସମୟରେ ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ର କିପରି ସଫଳ ମୁକାବିଲା କରାଯାଇ ଲୋକଙ୍କ ଧନ, ଜୀବନ କୁ ସୁରକ୍ଷା ଦିଆଯାଇ କେବଳ ନିଜ ଦେଶ ଭାରତରେ ନୁହଁ ବିଶ୍ୱରେ ଓଡ଼ଶାର ନାମ ଚର୍ଚ୍ଚା ର ବିଷୟ ହେବା ସହିତ ଏକ ଉଦାହରଣ ସୃଷ୍ଟି କରିପାରିଛି ସେ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ ନିଜ ନିଜ କ୍ଷେତ୍ରରେ ସତର୍କତା ଅବଲମ୍ବନ କରି କାର୍ଯ୍ଯ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ର ସୂଚନା ପାଇବା ମାତ୍ରେ ଲୋକଙ୍କର ଧନ, ଜୀବନ ର ସୁରକ୍ଷା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ କିପରି ପୂର୍ବ ପ୍ରସ୍ତୁତି ସହିତ ସଜାଗ ରହିବାକୁ ହେବ ସେ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ। ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଳକ ଉନ୍ନୟନ ଅଧିକାରୀ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ, ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ର କର୍ମକର୍ତ୍ତା, ଓଭର ଡ୍ରାଫ୍ଟ ଟିମ ର କର୍ମଚାରୀ ଙ୍କୁ ନେଇ ଅନୁଷ୍ଠିତ ଏହି ସାମୁହିକ ଅଭ୍ୟାସ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଡି ପି ଓ, ହିମାଂଶୁ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ନୀଳମଣି ଦିଲୀପ ଚାନ୍ଦ ବେହେରା, ଡେପୁଟି କଲେକ୍ଟର ନିର୍ମଳ ନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଏସିଏଫ୍,ଧନୁର୍ଯୟ ମହାପାତ୍ର ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ,ଜିଲ୍ଲା ଶ୍ରମ ଅଧିକାରୀ ଆନନ୍ଦ ଚନ୍ଦ୍ର ପଳେଇ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ,ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ପ୍ରାଣନାଥ ସେଠ୍,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ରେ ଆଜି ଏହି ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଏସମ୍ପର୍କିତ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ରେ ଅନୁଷ୍ଠିତ ହେବ। ଶେଷରେ ଡେପୁଟି କଲେକ୍ଟର ନିର୍ମଳ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

Sunil Chandra Nayak

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ ,ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

Sunil Chandra Nayak

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!