ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜିରାଉତ ଶିକ୍ଷା ନିକେତନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସ୍ବାଭିମାନ ଦିବସ ପାଳନ

ରାଉରକେଲା/ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନ ର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଓଡ଼ିଆ ଜାତିର ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଲେ ମଧୁବାବୁ ବହୁ ସୁଗୁଣର ଅଧିକାରୀ ଥିଲେ। ସେ ଏକାଧାରରେ ସୁବକ୍ତା, ଦୃଢ଼ମନା, ନିଃସ୍ବାର୍ଥସେବକ, ଦେଶପ୍ରେମୀ, ପରୋପକାରୀ, ଧୀଶକ୍ତି ସମ୍ପନ୍ନ, ନିର୍ଭୀକ ଓ ସ୍ପଷ୍ଟବାଦୀ ଥିଲେ। ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା। ଆଜି ତାଙ୍କରି ପାଇଁ ଓଡ଼ିଆ ଭାଷା ବଞ୍ଚି ରହିଛି ବୋଲି କହିଥିଲେ। ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ମଧୁବାବୁଙ୍କ ସୁଦୂର ପ୍ରସାରୀ ଚିନ୍ତାଧାରା ସମସାମୟିକ କାଳଠାରୁ ଢେର ଆଗରେ ଥିଲା। ତାଙ୍କ ଚିନ୍ତା ଚେତନା କୁ ସଦାସର୍ବଦା ଆଚ୍ଛାଦିତ କରି ରଖିଥିଲା ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଓଡ଼ିଶା ଓ ଓଡ଼ିଆ। ସ୍ଵାଭିମାନୀ ପୁରୁଷ ମଧୁବାବୁଙ୍କ ତ୍ୟାଗ ଦେଶସେବା ସମଗ୍ର ଭାରତବର୍ଷରେ ଆଜି ବିରଳ। ସେ ଯେଉଁ ସାତଟି କବିତା ଲେଖିଛନ୍ତି ଓଡ଼ିଆ ଭାଷା ଥିବା ଯାଏଁ ତାହା ଜାଜ୍ଜ୍ୱଲ୍ୟମାନ ହୋଇ ରହିଥିବ। ସଭାପତି ସୁଶ୍ରୀ ମୁଦାଲି କହିଲେ ଯେ ଓଡିଶାରେ ସେ ପ୍ରଥମେ କୁଟୀର ଶିଳ୍ପ, ସମବାୟ ସଂସ୍ଥା, ନାରୀ ଶିକ୍ଷା, ଧର୍ମ ନିରପେକ୍ଷତା ର ମନ୍ତ୍ର ପ୍ରଚାର କରି ଓଡ଼ିଶାର ପୁରପଲ୍ଲୀରେ ବେଶ ପରିଚିତ ହୋଇ ପାରିଥିଲେ। ଓଡ଼ିଆ କହିଲେ ମଧୁବାବୁ ଓ ମଧୁବାବୁ କହିଲେ ଓଡ଼ିଶା କୁ ବୁଝାଉଛି ବୋଲି କହିଥିଲେ। ଏହି ସ୍ବାଭିମାନ ସଭାରେ ମଧୁବାବୁଙ୍କ କବିତା ଓ ଜୀବନୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିଖା ଭୁୟାଁ, ସୌମ୍ୟଜିତ୍ ମହାପାତ୍ର, ଅର୍ପିତା ନାୟକ, ଦିବ୍ୟାଶା ମହାପାତ୍ର, ଅଂଶୁମାନ ସାମନ୍ତରାୟ କବିତା ଆବୃତ୍ତି ଓ ଜୀବନୀ ପାଠ କରି ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ସଭାକାର୍ଯ୍ୟ ପରିଚାଳନା ରେ ଶିକ୍ଷକ ଶିକ୍ଷୟିତ୍ରୀ ରଶ୍ମିତା ସାମଲ, ସଂଧ୍ୟାରାଣୀ ପଶାୟତ, ଅକ୍ଷୟ କୁମାର ଦାସ, ବିମଳ ମନ୍ତ୍ରୀ, ବିପିନ ବିହାରୀ ସାମନ୍ତ ସିଂହାର ସହଯୋଗ କରିଥିଲା ବେଳେ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

masiha

ଅଖିଳ ଉତ୍କଳ ଅଗ୍ନୀକୁଳ କ୍ଷତ୍ରୀୟ ସମାଜ, ଜଗଦଳପୁର ମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପାଟଣାଗଡ଼ ରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦୀବସ ପାଳିତ 

masiha

Leave a Comment

error: Content is protected !!