ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେତାବନୀ ସମାବେଶ 

ଚେତାବନୀ ସମାବେଶ 

ପାଟଣାଗଡ଼ ବ୍ଲକ ଓ ବେଲପଡା ବ୍ଲକ ର ସାଲେପାଲି, କପାଣି, ଗଙ୍ଗାସାଗର, ବାଲିପଟା, ସୋଲବନ୍ଧ, ମରୁଆଁ, ବଥର୍ଲା, ତେନ୍ତୁଳିମୁଣ୍ଡା ପଞ୍ଚାୟତର ସାଲେପାଲି, ରହେନମାଲ, କରଲାମାଲ, ଚକାମାଲ, ତୁର୍ଲାମାଲ, ନୀଳିଯିବାହାଲ, କଲଙ୍ଗାପାଲି, ବାଲିପଟା, ଚୁଲାଦର୍ହ, ଫୁଡ଼ୁକୁପଡା, ଖଲିଆ, ସୋଲବନ୍ଧ, ବିଛିଲିବାହାଲ, ବିଲେଇସାଥି, ବଥର୍ଲା, ଝୁଲେନବର, କପାଣି, ଡୁଙ୍ଗୁରିଗୁଡ଼ା, ମୁଣ୍ଡୋଦର୍ହ ଗ୍ରାମରେ ଖଣି ଖନନ ପାଇଁ ସୋସିଏଲ ମିଡିଆରେ ଏକ ଚିଠି ଭାଇରଲ ହେଉଛି | ବର୍ତମାନ ଏହି ଅଞ୍ଚଳର ଜନସାଧାରଣଙ୍କ ମନରେ ଭୟର ବାତାବରଣ, ଆଶଙ୍କା ଦେଖା ଦେଇଛି | ପ୍ରକୃତରେ ଏହି ଅଞ୍ଚଳରେ ଖଣି ଖାଦାନ ହେଲେ ଏଠାକାର ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ପଡ଼ିବ, ପୂର୍ବ ପୁରୁଷରୁ ରହିଥିବା ଗାଁ ଗାଁ ମଧ୍ୟରେ, ପରିବାର ପରିବାର ମଧ୍ୟରେ ଭାଇଚାରା, ସ୍ନେହ ଶ୍ରଦ୍ଧା କ୍ଷୁର୍ଣ ହେବ, ପରିବେଶ ଦୂଷିତ ହେବ, ଜଳସ୍ଥର କମିଯିବ, ଅଞ୍ଚଳର ଜନସାଧାରଣ ବିଭିନ୍ନ ରୋଗ ଯନ୍ତ୍ରଣା ଭୋଗିବେ, ଜଙ୍ଗଳ ଧ୍ବଂସ ହୋଇଯିବ | ବିଗତ ଦିନରେ ଲୋୟର ଶୁକତେଲ ଡ୍ୟାମରେ କ୍ଷ୍ୟତିଗ୍ରସ୍ତ ଲୋକେ ଆଜି ଯାଏଁ ହକ ଅଧିକାର ରୁ ବଞ୍ଚିତ ରହିଛନ୍ତି, ଉଚିତ ଥଇଥାନ ଉଚିତ କ୍ଷତିପୂରଣ ପାଇ ନାହାନ୍ତି | ଭିଟାମାଟି ଛାଡ଼ି ଦାଦନ ହୋଇ ଯାଇଛନ୍ତି | ଏହି ଦୁଃଖ ଯନ୍ତ୍ରଣାକୁ ନିଜ ଆଖିରେ ଦେଖିଲା ପରେ ପୁଣି ଏହି ଅଞ୍ଚଳରେ ଖଣି ଖନନକୁ ସହଜରେ ଗ୍ରହଣ କରି ହେଉନି | ହୀରାକୁଦ ଡ୍ୟାମ, ତିଖାଳି ଡ୍ୟାମ, ନିୟମଗିରି, ଗନ୍ଧମାର୍ଦନ ପର୍ବତ, କଳିଙ୍ଗ ନଗର, ଯାଜପୁର ଘଟଣାର ପୁନାରାବୃତି କରିବାକୁ ଦିଆଯିବ ନାହିଁ ବୋଲି ଆଜିର ଚେତାବନୀ ସମାବେଶରେ ନେତୃ ମଣ୍ଡଳୀ ଗର୍ଜି ଥିଲେ | ଉପସ୍ଥିତ ଥିବା ସବୁ ୱାର୍ଡ ମେମ୍ବର,ସରପଞ୍ଚ ମାନେ ଗ୍ରାମ ସଭାରେ ଏହି ଅଞ୍ଚଳ ବିରୋଧୀ ନୀତିକୁ କୌଣସି ମତରେ ଅନୁମୋଦନ କରେଇ ଦେବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ସଚେତନ ସଭା କରି ଆସନ୍ତା ମାର୍ଚ୍ଚ ମାସରେ ପାଟଣାଗଡ଼ରେ ଏକ ବିଶାଳ ଚେତାବନୀ ରେଲି କରିବା ପାଇଁ ନିଷ୍ପତ୍ତି ନିଆଗଲା | ଏହି ଅଞ୍ଚଳରେ କୌଣସି ହାଲତରେ ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି କମ୍ପାନୀ କିମ୍ବା ସରକାରକୁ ଜବାବ ଦେଇ ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ଶପଥ ନେଇଥିଲେ | ଆଜି ଚକାମାଲ ଆମ୍ବ ବୁରେଇ ଠାରେ ଯୁବନେତା ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଅର୍ଜୁନ ସାହୁ ସଭାପତିତ୍ୱ କରିଥିବାବେଳେ ଭୁବନେଶ୍ୱର କୁଅଁର, ବାଲିପଟା ସରପଞ୍ଚ ପ୍ରଶାନ୍ତ କୁମାର ପୁରୋହିତ, ସୋଲବନ୍ଦ ସରପଞ୍ଚ ଶ୍ରୀମତୀ ରିତା ପାଣ୍ଡେ, ବଥର୍ଲା ସରପଞ୍ଚ ଶ୍ରୀମତୀ କବିତାଞ୍ଜଳି ସାହୁ, ସାଲେପାଲି ସରପଞ୍ଚ ଶ୍ରୀମତୀ ଡିଲେଶ୍ୱରୀ ଭୋଇ, ପୂର୍ବତନ ସରପଞ୍ଚ ଧୂବଲେଶ୍ୱର ଭୋଇ, ସୁବାସ ସିଂ, ଗନ୍ଧମାର୍ଦନ ଯୁବ ପରିଷଦ ସଭ୍ୟ ସନ୍ତୋଷ ପଧାନ, ମହେଶ ବରିହା, ଜଳଧର ସାହୁ, ପୁର୍ଣ ବଗର୍ତି, ବଂଶୀଧର ମେହେର, ଭରତ ଭୋଇ, ଗଙ୍ଗାଧର ସାହୁ, ମନୋରଞ୍ଜନ ରାଓ, କୁଞ୍ଜ ରାଓ,ବାଳକୃଷ୍ଣ ସାହୁ, ସୁରେଶ ପୁଟେଲ, ଗଜିନ ତାଣ୍ଡି, ମଦନ ଥପା, ରୁପେଶ୍ୱର ଭୁଏ, ମଦନ ମାଝୀ, ସମାରୁ ବେହେରା, ଭାବଗ୍ରାହୀ ବରିହା, ପିତାମ୍ବର ଧରୁଆ, ଭାସ୍କର ସାହୁ, ଦୁଆରୁ ବରିହା, ମିନିକେତନ ଧରୁଆ, ଯୁଧିଷ୍ଠିର ମିର୍ଦ୍ଧା ପଦ୍ମନ ମେହେର, ଗନ୍ଧର୍ବ ସୁନା, ହୃଷିକେଶ ଭୋଇ ପ୍ରମୁଖ ଅଭିଭାଷଣ ରଖିଥିଲେ | କୋଡିଏ ଖଣ୍ଡ ଗ୍ରାମରୁ ହଜାରେ ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିବାବେଳେ ମନୋଜ କୁମାର ଲୁହା ଧନ୍ୟବାଦ ଦେଇଥିଲେ | 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

masiha

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗୁଡ଼ ସାମା ରିଟେନ୍ ପୁରସ୍କୃତ

Sunil Chandra Nayak

ଏରଗଡା ରେ ଇଦୁଲ ଫିତର ପାଳନ

masiha

Leave a Comment

error: Content is protected !!