ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

 ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରୟୋଜନାରେ ଏକ ତିନି ଦିନିଆ ସ୍ୱେଚ୍ଛାସେବୀ ନେତୃତ୍ୱ ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ସଭାପତିତ୍ୱ କରିଥିବା ବେଳେ କୁଳସଚିବ ଶ୍ରୀ ପିତାମ୍ବର ଭୋଇ ମୁଖ୍ୟ ବକ୍ତା ରୂପେ ଯୋଗଦାନ ଦେଇଥିଲେ । ଶ୍ରୀ ପ୍ରିୟବ୍ରତ ବାଣୁଆ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି ଏବଂ ଶ୍ରୀମତୀ ପ୍ରଣତି ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ନୂଆପଡା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମିସ୍‌ ରୋଜ୍‌ ମେରୀ ଏକ୍କା ସଂଯୋଜନା କରିଥିବା ବେଳେ ମୋଟ୍ 7 ଜଣ କାର୍ଯ୍ୟକ୍ରମ ଅଧିକାରୀମାନେ ଅର୍ଚ୍ଚନା ଗୁଚ୍ଛି, ପ୍ରିୟ ରଞ୍ଜନ ବେହେରା, ରାଜେନ୍ଦ୍ର ଗହିର, ଶୁଭାଶିଷ ପାଣିଗ୍ରାହୀ, ଡ. ରାଧାରାଣୀ ନାୟକ, ହେମାଲ୍‌ ସା, ନବ ତ୍ରିପାଠୀ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟରୁ ଯୋଗଦାନ କରିଛନ୍ତି । ଏହି ଶିବିରରେ ରାଜ୍ୟ ଏନ୍‌ ଏସ୍‌ ଏସ୍ ସମ୍ମାନ ପାଇଥିବା ଛାତ୍ର ଶ୍ରୀ ଦୀପକ ରଞ୍ଜନ ବେହେରା କୁ କୁଳପତି ସମ୍ମାନୀତ କରିଥିଲେ । ଏହି ଶିବିରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରୁ 35ଟି ମହାବିଦ୍ୟାଳୟରୁ 110 ଜଣ ମୋଟ ସ୍ୱେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ନେଇ ତିନି ଦିନ ଧରି ଚାଲୁ ରହିବା ସହିତ 10 ଗୋଟି ବିଭିନ୍ନ ବିଷୟ ବସ୍ତୁକୁ ନେଇ 10 ଟି ଅଧିବେଶନ ରହିବ । ଶେଷରେ ଏନ୍ ଏସ୍ ଏସ୍ ଅଧିକାରୀ ଶ୍ରୀ ଜୟନ୍ତ ଦନସନା ଧନ୍ୟବାଦ ଅର୍ପଣ କରିଥିଲେ ।  

( ମ ନି ସ ) 

Related posts

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ମଣିଷ ଗଢ଼ା କାରଖାନା, କହିଲେ ମୁଖ୍ୟ ଅତିଥି 

masiha

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!