ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

ଗୋଳାମୁଣ୍ଡା/୧୦/୦୧/ପ୍ରଗତି ଶୀଳ ମସିହା/କଥାରେ ଅଛି, ମନ୍ଦ ମନ୍ଦ ଅବସ୍ଥା ଦେଖି, କାନ୍ଦ କାନ୍ଦ ହୋଏ ଜାରମତି, ସେ ତୋ ଉତ୍କଳର ମଉଡ଼ମଣି, ଯା ପାଇଁ ଗର୍ବିତ ଓଡ଼ିଆ ଜାତି,ପ୍ରକୁତରେ ମାନବର ଧର୍ମ ହେଉଛି ମାନବ ସେବା ଓ ମାଧବ ସେବା। ଏହି ସେବା କୁ ନେଇ ଆମେ କହୁ ନାହିଁ ସମାଜ କହୁଛନ୍ତି, ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ, ସେ ହେଉଛନ୍ତି ବରଗୁଡା ପିଇଓ ଅଲେଖ ସା ,ଶ୍ରୀ ସା ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଗତ ଜୁଲାଇ୨୪ତାରିଖରେ ଯୋଗ ଦେଇ ଥିଲେ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ଦୁଃଖୀ ଦାରିଦ୍ର୍ୟ ,ଅସହାୟ ଅବସ୍ଥାରେ ଗତି କରୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସେବା ମୂଳକ କାର୍ଯ୍ୟ କରୁଥିବା ବିଷୟ  ବ୍ଲକ ପ୍ରଶାସନ ହୃଦବୋଧ ହୋଇ ଆଜି ଗୋଳାମୁଣ୍ଡା ବ୍ଲକରେ ୨୫ତମ କଳାହାଣ୍ଡି ଉତ୍ସବରେ ଶ୍ରୀ ଯୁକ୍ତ ଅଲେଖ ସାଙ୍କୁ ମାନ୍ୟବର ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମାନପତ୍ର ପ୍ରଦାନ କରିଥିବାରୁ ଅଞ୍ଚଳ ବାସୀ ଭୁରି ଭୁରି ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ ଜଣାଇ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ସମ୍ପୂର୍ଣ ନିଃଶୁଳ୍କ ତଥା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ଜଙ୍ଗଲ ସୁରକ୍ଷା ପାଇଁଁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!