ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳରେ ହକି ବିଶ୍ବକପକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

ଥୁଆମୂଳ ରାମପୁର:୧୨/୦୧ – (ମ.ନି.ସ) :- ଗତ ତା ୧୧/୦୧/୨୦୨୩ ରିଖ ବୁଧବାର ଦିନ ଓଡିଶା ଆୟୋଜନ କରିଥିଲେ ହକି ବିଶ୍ବକପ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପ୍ରଶାସନ ତରଫରୁ ହକି ବିଶ୍ବକପକୁ ସ୍ବତନ୍ତ୍ର ଉପସ୍ଥାପନ କରାଯାଇଥିଲା। ପ୍ରୋଜେକ୍ଟର ମାଧ୍ଯମରେ ଉଦଘାଟନ ସମାରୋହକୁ ଅଞ୍ଚଳର ସର୍ବସାଧାରଣ ଦେଖିଥିଲେ। ବିଡିଓ ଶ୍ରୀ ଶୁଭକାନ୍ତ ନାଏକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ, ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା, ସିଡିପିଓ ମୀନତିବାଲା ପଟ୍ଟନାୟକ, ଅତିରିକ୍ତ ବିଡିଓ ଶ୍ରୀ ଭାରତ ମେହେର, ଏଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଜିପିଓ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଜେଇ ଶ୍ରୀ ଦେବେନ୍ଦ୍ର ମହାନନ୍ଦ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ବ୍ଳକ ବିପିଏମ ଶ୍ରୀ ସମ୍ଯରଞ୍ଜନ ମହାପାତ୍ରା, ଜିଲ୍ଲା ଶିଶୁ କଲ୍ଯାଣ ବିଭାଗ ସ୍ବର୍ଣ୍ଣଲତା ମହାନ୍ତି, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ହକି ବିଶ୍ବକପର ମହାନତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ବ୍ଳକରେ ଥିବା ୨୪ ଟି ପଞ୍ଚାୟତ ତରଫରୁ ଟିଭି ମାଧ୍ୟମରେ ଜନ ସାଧାରଣଙ୍କୁ ଉଦଘାଟନି ଉତ୍ସବ ଦେଖାଇବା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିଲା। ସମସ୍ତ ଜନ ପ୍ରତିନିଧି ଓ ଜନସାଧାରଣ ଏହି ଉଦଘାଟନି ମହୋତ୍ସବକୁ ଦେଖିବା ପାଇଁ ସୁଯୋଗ ପାଇଥିବା ରୁ ସମସ୍ତେ ଖୁସି ଥିବା ଜଣାପଡିଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ପାଣିର ଗାର କାଦବେଡ଼ା :ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ:ଝରଣା ପାଣି ଭରସା 

Sunil Chandra Nayak

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

masiha

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!