ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

ମୟୂରଭଞ୍ଜ -୧୭/୨/୨୩ (ମସିହା) ବାଲେଶ୍ବର ପାଓ୍ବାର ଏମ୍ପୋଲଇଜ ୟୂନିୟନର ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକ (୭୩)ଙ୍କ ବୁଧବାର ପରଲୋକ ହୋଇଯାଇଛି ।ହୃଦରୋଗ ରେ ପିଡିତ ହୋଇ ସେ କିଛିଦିନ ଧରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଶେଷଜ୍ଞଙ୍କ ପରାମର୍ଶ କ୍ରମରେ ପରିବାର ଲୋକେ ତାଙ୍କୁ ବାଲେଶ୍ବର ଆସୁଥିବାବେଳେ ସୋରୋ ପାଖରେ ତାଙ୍କର ହୃଦଘାତ ଯୋଗୁଁ ପରଲୋକ ହୋଇଗଲା । ସେ ଜଣେ ଟାଣୁଆ ବିଦ୍ୟୁତ ଶ୍ରମିକ ନେତା ଥିଲେ ।ଜଣେ ଅମାୟିକ,ଦରଦୀ , ପରୋପକାରୀ , ମିଷ୍ଟଭାଷୀ ବ୍ୟକ୍ତିଥିଲେ ।ଜଣେ ଟାଣୁଆ ନେତାଙ୍କୁ ହରାଇ ରାଇରଙ୍ଗପୁର ଟିପିଏନଓଡିଏଲ କାର୍ଯ୍ୟାଳୟ ପରିସରରେ ନେସ୍କୋ ପାଓ୍ବାର ଏମ୍ପଲଇ ୟୂନିୟନ ତରଫରୁ ଡିଭିଜିଓନାଲ ସଂପାଦକ ଦୁଲାଲ ରାୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭ୍ୟ ବୃନ୍ଦ ଦିବଂଗତ ପ୍ରିୟନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରିୟ ନେତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।ତାଙ୍କର ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ । କାର୍ଯ୍ୟକ୍ରମରେ ନେସ୍କୋ ପାଓ୍ବାର ଏମ୍ପଲଈ ୟୂନିଅନର ଜୋନାଲ ସଂପାଦକ ଅଶ୍ଵିନୀ ପଣ୍ଡା, ସାଂଗଠନିକ ସଂପାଦକ ରାଜେନ୍ଦ୍ର ମହାନ୍ତି,ଅମୀୟ ସ୍ବାଇଁ,ଦୀପକ ମହାନ୍ତି,ହରିହର ଦାସ, ଶୁଭେନ୍ଦୁ ପ୍ରସାଦ ଦାସ,ଚନ୍ଦନ ରାଉତ, ଆଶୁତୋଷ ପଣ୍ଡା ଏବଂ ଅନ୍ୟ ସଂଘର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

Sunil Chandra Nayak

ବିଦ୍ୟୁତ ଆଘାତରେ କଳ୍ପେଶ୍ୱର ବେମାଲଙ୍କ ଗୁରୁତର ଘଟଣା ଡାକ୍ତର ଖାନାରେ ଜୀବନ ସହ ସଂଗ୍ରାମ ,  ସରକାରୀ ସହାୟତା ଶୁନ

Sunil Chandra Nayak

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

Sunil Chandra Nayak

Leave a Comment

error: Content is protected !!