ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମାଣ ପ୍ରତିବାଦରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ 

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମାଣ ପ୍ରତିବାଦରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ 

କାମାକ୍ଷାନଗର,  କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଦସ୍ୟ ଶାନ୍ତନୁ କୁମାର ଭୁକ୍ତା ଙ୍କୁ ଗତ ଗୁରୁବାର ପୂର୍ବାହ୍ନରେ ଦୁର୍ବୁତ୍ତ ମାନଙ୍କ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ସଙ୍ଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ପରଜଙ୍ଗର ସମାଜ ପ୍ରତିନିଧି ଶାନ୍ତନୁ କୁମାର ଭୁକ୍ତା ସନ୍ନିକଟ ନଦୀକୁ ଗୁରୁବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ l ଏକାକୀ ଥିବାର ସୁଯୋଗ ପାଇ ୬ ଜଣ ଦୁର୍ବୁତ୍ତ ଖଣ୍ଡାରେ ମରଣାତ୍ମକ ଆକ୍ରମଣ କରିଥିଲେ l ଏହାର ପ୍ରତିବାଦରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦୁର୍ବୁତ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ଏକ ଦାବିପତ୍ର ପ୍ରଦାନ ପାଇଁ ସାମ୍ବାଦିକ ସଙ୍ଘ ର ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ସଭାପତି ଶୁଭମୟ ନନ୍ଦ, ସଦସ୍ୟ ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ବିଷ୍ଣୁପ୍ରସାଦ ସେଠୀ, ଧର୍ମାନନ୍ଦ ସେଠୀ, ସୁମନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍  

Related posts

ଜୁନାଗଡ଼, ନୂତନ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ 

masiha

ଧର୍ମଗଡ ର ସାମଗ୍ରିକ ବିକାଶ ପାଇଁ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ ଭେଟିଲେ ସାମ୍ବାଦିକ

ପୋଖରୀ ପାଣିରେ ବୁଡି ୮ ବର୍ଷର ଶିଶୁକନ୍ୟା ମୃତ

masiha

Leave a Comment

error: Content is protected !!