ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମରେ ନବ ନିର୍ମିତ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ନଭେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜଗମୋହନ ଅଗ୍ରୱାଲ,କିଶୋର ଚନ୍ଦ୍ର ଅଗ୍ରୱାଲ ତଥା ତରାପୁରିଆ ପରିବାର ପକ୍ଷରୁ ଶ୍ରୀମଦ୍ ଭଗବତ କଥାର ଆୟୋଜନ କରାଯାଇଛି। ଗତ ୨୪ ତାରିଖ ଦିନ ଠାରୁ ବୃନ୍ଦାବନ ର ପରମ ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ଚିନ୍ମୟ ଦାସ ଜୀ ଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ ହେଉଛି। 

କଳି ଯୁଗରେ ଭଗବାନ ଙ୍କୁ ପାଇବାକୁ ହେଲେ ହରି ନାମ ହିଁ ଏକମାତ୍ର ରାସ୍ତା। ହରି ନାମ ଦ୍ଵାରା ମନ ପବିତ୍ର ହୋଇଥାଏ ଓ ମନ ଭିତରେ ଭଗବତ୍ ଚେତନାର ଏକ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ। ଗୋମାତା ପଶୁ ନୁହଁନ୍ତି ଦେବତା ଅଟନ୍ତି, ତାଙ୍କର ମଳ ମୂତ୍ର ବି ପୂଜାରେ ଲାଗିଥାଏ। ତେଣୁ ସମସ୍ତେ ଗୋ ମାତା ଙ୍କୁ ସେବା କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ବୋଲି ପରମ ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ଚିନ୍ମୟ ଦାସ ଜୀ ସମସ୍ତଙ୍କୁ ପ୍ରବଚନ ମାଧ୍ୟମରେ ଆହ୍ଵାନ ଦେଇଛନ୍ତି।

ଏହି ଭଗବତ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ଶୀତଳ ଅଗ୍ରୱାଲ ଓ ଶ୍ରୀ ଅମିତ ଅଗ୍ରୱାଲ କର୍ତ୍ତା ଭାବେ କାର୍ଯ୍ୟ ତୁଲାଉ ଥିବା ବେଳେ ତରାପୁରିଆ ପରିବାର ଏଥିରେ ସହଯୋଗ କରୁଛନ୍ତି। ଆସନ୍ତା ୩୦ ନଭେମ୍ବର ରେ ମହାଲକ୍ଷ୍ମୀ ଙ୍କ ପ୍ରତିଷ୍ଠା ଉତ୍ସବ ସହ ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି ହେବ।

ଏହି ଦିବ୍ୟ ପ୍ରବଚନ ଶ୍ରବଣ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

Sunil Chandra Nayak

ସମ୍ପନ୍ନ ହେଲା ଚୈତ୍ର ମହୋତ୍ସବ ଝାମୁଯାତ୍ରା 

masiha

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!