ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କେରଡାଗଡରେ ପୁଣି ହେବ ଜଗନ୍ନାଥ ଓ ଭକ୍ତଙ୍କର ମିଳନ, ମନ୍ଦିର ପ୍ରଵେଶ ପାଇଁ ରାଜନଗର ସ୍ବାଭିମାନୀ ମଞ୍ଚର ବୈଠକ

କେରଡାଗଡରେ ପୁଣି ହେବ ଜଗନ୍ନାଥ ଓ ଭକ୍ତଙ୍କର ମିଳନ, ମନ୍ଦିର ପ୍ରଵେଶ ପାଇଁ ରାଜନଗର ସ୍ବାଭିମାନୀ ମଞ୍ଚର ବୈଠକ

ରାଜନଗର-17.3.025 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ ଠାରେ ୨୦ ଵର୍ଷ ହେବ ଵହୁ ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଜାତିଆଣ ଭେଦଭାବକୁ ନେଇ ଭକ୍ତ ଓ ଭଗବାନଙ୍କ ମିଳନ ବନ୍ଦ ରହି ମନ୍ଦିର ପ୍ରବେଶରେ ଅଙ୍କୁଶ ଲାଗି ବାଡ ଦିଆଯାଇଛି। ଯାହାକୁ ନେଇ ସମଗ୍ର କେରଡା ଅଞ୍ଚଳର ଜଗନ୍ନାଥ ପ୍ରେମି ତଥା ଭକ୍ତଙ୍କ ମନରେ ଆଘାତ ଲାଗିଛି।ଭକ୍ତଙ୍କ ଦର୍ଶନ ନିମନ୍ତେ ରବିବାର ଦିନ ସ୍ଵାଭିମାନୀ ରାଜନଗର ମଞ୍ଚ ଅଣ୍ଟା ଭିଡିଛନ୍ତି।ଏହି ପରି ପ୍ରେକ୍ଷୀରେ ସ୍ବାଭିମାନୀ ରାଜନଗର ମଞ୍ଚର ସଭାପତି ସଂଗ୍ରାମ କେଶରୀ ଵେହେରାଙ୍କ ପୌରହିତରେ ରାଜନଗର ଘାଟରୋଡ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ରଵିବାର ଦିନ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମତ ରଖିଥିଲେ ଦୀର୍ଘବର୍ଷ ହେଵ ଜଗନ୍ନାଥଙ୍କ ଭକ୍ତ ମନ୍ଦିର ପ୍ରଵେଶ କରି ନପାରି ତାଙ୍କର ଆରାଧ୍ୟ ଦେଵତା ଜଗନ୍ନାଥଙ୍କୁ ଦାଣ୍ଡରେ ଦର୍ଶନ କରୁଛନ୍ତି।କିନ୍ତୁ ଭୋଟ କଟିବା ଆଶାରେ ସମାଧାନ କରିନଥିବା ବିଧାୟକ ଶ୍ରୀଧୃଵ ସାହୁ ଜନଗଣଙ୍କ ଉର୍ଦ୍ଧ୍ବରେ ଥାଇ କେଵଳ ବିଧାୟକ ଭିତରେ ଦର୍ଶନ କରିବା ଅଞ୍ଚଳର ଅସନ୍ତୋଷର ବହ୍ନି ଜଳିଥିଲା।ହେଲେ ବିଧାୟକ ନିଜ ସ୍ବାର୍ଥ ହାସଲ କରି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ଵଞ୍ଚିତ ହେଉଥିବା ବେଳେ ଏହାର ସୁଧାର ଆଣିବାକୁ କୌଣସି ବିଧାୟକ ଓ ନେତାଙ୍କର ଭୋଟକୁ ଆଗକୁ ରଖି ଆନ୍ତରିକତା ଅଭାବ ଦେଖାଦେଇଛି।ସେଥିପାଇଁ ସ୍ବାଭିମାନୀ ରାଜନଗର ମଞ୍ଚ ଆଗକୁ ଆସି ମନ୍ଦିର ଖୋଲି ଭକ୍ତଙ୍କ ପ୍ରବେଶ ପାଇଁ ସମସ୍ତ ପ୍ରସ୍ତୁତିସହ ଖସଡା ପ୍ରସ୍ତୁତ କରାଯାଇଛି।ତେଣୁ ଏହାର ଆସୁ ସମାଧାନ ପାଇଁ ଜନସାଧାରଣ ସ୍ବାଭିମାନୀ ରାଜନଗର ମଞ୍ଚ ସହ ଏକମତ ହେଵା ସହ ପ୍ରଶାସନ ସହଯୋଗ କରିବାକୁ ଧାଇଁ ଆସିବ ବୋଲି ବିଶ୍ବାସ ରଖିଛି ଏହି ମଞ୍ଚ।ଏହି କାର୍ଯ୍ୟକ୍ରମରେ ସମାଜ ସେଵୀ ସହଦେବ ସାହୁ,ଵିଚିତ୍ର କୁମାର ରାଉତ ,ମନୋରଞ୍ଜନ ସ୍ବାଇଁ,ଅଲେଖ ପାତ୍ର,ଵିଜୟ କେତନ ଵଳ,ପ୍ରମୋଦ ରାଉତ,ସୁକାନ୍ତ କୁମାର ଵେ଼ହେରା,ପ୍ରଶାନ୍ତ ଖଣ୍ଡୁଆଳ,ଵସନ୍ତ ସେଠିଙ୍କ ସମେତ ଵହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ: କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

Sunil Chandra Nayak

ଦଧିବାମନ ଜୀଉ ମନ୍ଦିର ଠାରେ ବାମନ ଜନ୍ମ ପାଳିତ 

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

Leave a Comment

error: Content is protected !!