ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ

୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ 

କଟକ : ୪୨ ମୌଜ଼ା ଶାନ୍ତି କମିଟିର କାର୍ଯ୍ୟକାରି କମିଟି ବୈଠକ କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟିର ସଭାପତି ସାହିତ୍ୟିକ ଶରତ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିଲେ । ଶାନ୍ତି କମିଟିର ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ କଦମ୍ବେଶ୍ୱର ମନ୍ଦିରରେ ଅନୁଷ୍ଠିତ ହେବ ବୋଲି ସମସ୍ତ କାର୍ଯ୍ୟକାରୀ କମିଟି ସଭ୍ୟ ବୃନ୍ଦ ସ୍ଥିର କରିଛନ୍ତି । ଆସନ୍ତା ଏପ୍ରିଲ ମାସ ୨୬ ତାରିଖ ସମସ୍ତ ସଭ୍ୟ ଉପସ୍ଥିତି ରହି ନିଜର ମତ ପ୍ରଦାନ କରି ବାକୁ କମିଟି ପକ୍ଷରୁ ଘୋଷଣା କରା ଯାଇଛି । ପ୍ରସାଦ ସେବନର ବ୍ୟବସ୍ଥା ରହିଅଛି । ଏହି କାର୍ଯ୍ୟକାରୀ କମିଟି ବୈଠକରେ ପ୍ରସନ୍ନ କୁମାର ମହାନ୍ତି,ପ୍ରଫୁଲ ମହାପାତ୍ର,ଜୟ କୃଷ୍ଣ ମୁଦୁଲି, ପୀତବାସ ବେଉରା,ରୁଦ୍ର ନାରାୟନ ଦାସ,ଜିତୁଦେବତା,ଶ୍ରଦ୍ଧାକାନ୍ତ ମହାନ୍ତି,ଜଜ କୁମାର ମହାନ୍ତି, ସନ୍ତୋଷ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ  

masiha

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

Leave a Comment

error: Content is protected !!