ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ଐତିହାସିକ ବାବା ଐଶ୍ବାନେଶ୍ବର ଉଡାପର୍ବରେ ୫୦ ହଜାରରୁ ଉର୍ଦ୍ଧ୍ବ ସମାଗମ,ହର ହର ମହାଦେବ ପ୍ରକମ୍ପିତ 

 ମୟୂରଭଞ୍ଜ -୧୪/୪ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମରେ ସହରର‌ ଆରାଧ୍ଯ ଦେବତା ରାଜାରାଜୁଡ଼ା ଅମଳରୁ ୨୦୦ ବର୍ଷ ରୁ ଉର୍ଦ୍ଧ୍ବ ହେଲାପୂଜା ହେଉ ଆସୁଥିବା ବାବା ଐଶ୍ବାନେଶ୍ବର ପୀଠରେ ଐତିହାସିକ ଉଡାପର୍ବ ମହାସମାରୋହରେ  ଅନୁଷ୍ଠିତ ହୋଇଯାଇଛି । ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ମହାବିଷୁବ ସଂକ୍ରାନ୍ତି ।ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳର ରାଇରଙ୍ଗପୁର ପ୍ରସିଦ୍ଧ ଉଡାପର୍ବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପର୍ବ ଏପ୍ରିଲ ୧୧ ରୁ ଆରମ୍ଭ ହୋଇ ୧୫ ତାରିଖରେ ଉଦଯାପିତ ହେବ।ପାଟ ପର୍ବର ରୀତିନୀତି ଅନୁସାରେ ପ୍ରଥମ ଦିନ ଶୁଭଘଟ ସ୍ଥାପନା ,ଦିତୀୟ ଦିନ ଯାତ୍ରା ଘଟ,କାମିନା ଘଟ, ତୃତୀୟ ଦିନ ଡାଳିଭଙ୍ଗା ଘଟ,କାଳିକା ଘଟ, ସ୍ଥାପନା କରାଯାଇଥିଲା ।ଆଜି ଚତୁର୍ଥ ଦିନ ମହା ବିଷୁବ ସଂକ୍ରାନ୍ତି ରେ ସକାଳେ ପାଟଭକ୍ତା ଓ ଶ୍ରଦ୍ଧାଳୁଙ୍କ ଦ୍ଵାରା ଖଡଖାଇ ନଦୀରୁ ଗୋରିଆ ଘଟ ଅଣାଯାଇଥିଲା । ସେଠାରେ ବାବାଙ୍କ ପାଖରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା ।ଅପରାହ୍ନରେ ରାଇରଙ୍ଗପୁରର ପୂଣ୍ଯତୋୟା ଖଡଖାଈ ନଦୀ କୂଳରେ ପାଟଭକ୍ତାମାନେ ସ୍ନାନ କରି ବ୍ରତୀ ବସ୍ତ୍ର ପରିଧାନ କରିଥିଲେ । ସେଠାରେ ପୂଜାର୍ଚ୍ଚନା ହୋଇଥିଲା ।ସମଗ୍ର ଖଡଖାଇ ନଦୀ କୂଳ ପରିବେଶ ହର‌ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ଶଙ୍ଖ , ହୁଳହୁଳି,ଘଣ୍ଟ,ଢୋଲ,ବାଜାରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ସେଠାରେ ହଜାର ହଜାର ପାଟଭକ୍ତାମାନେ ଜିଭ ଫୋଡା,ବାହୁ ଫୋଡା,ପିଠି ଫୋଡା ବା ରଜନୀ ଫୋଡ଼ା କରି ଢୋଲ,ମାଦଳ,ବାଜାରେ ଆକର୍ଷଣୀୟ ନୃତ୍ୟ କରିଥିଲେ । କଣ୍ଟକ ଉପରେ କର୍ତ୍ତା କାଳୀ ଚରଣ ସାହୁ ଯାହାକୁ କୁହନ୍ତି କଣ୍ଟା ପାଟ/ ମଡାପାଟ ଏବଂ ରାଜା ବେଶରେ ପୋଷାକ ପିନ୍ଧି ଖଣ୍ଡା ଉପରେ କର୍ତ୍ତା ବିଷ୍ନୁ ପ୍ରସାଦ ସାହୁ ଯାହାକୁ କୁହନ୍ତି ଖଣ୍ଡାପାଟ ଭକ୍ତଙ୍କ ଗହଣରେ ନଦୀରୁ ଶୈବପୀଠକୁ ଯାଇଥିଲେ ।ରାସ୍ତା ଉଭୟ ପାର୍ଶ୍ଵରେ ହଜାର ହଜାର ଶ୍ରଦ୍ଧାଳୁ ଶଙ୍ଖ ହୁଳହୁଳି ପୂଜାପାଠ କରିଥିଲେ ।ବିଶ୍ବାସ ଅଛି ଖଣ୍ଡାପାଟ ଓ କଣ୍ଟା ପାଟ କୁ ଯେଉଁମାନେ ଦେଖନ୍ତି ତାଙ୍କ ମନବାଞ୍ଛା ପୂରଣ ହୋଇଥାଏ ।ପରେ ମନ୍ଦିର ବେଢ଼ା ପରିକ୍ରମା କରି ପାଟଭକ୍ତାମାନେ ବାବାଙ୍କ ଦର୍ଶନ ସାରି ଘରକୁ ଫେରନ୍ତି । ମନ୍ଦିର ସମ୍ମୁଖ ପଡ଼ିଆରେ ଶୁଭ ଉଡାଖୁଣ୍ଟିରେ ଉଡିଥାନ୍ତ ଯାହାକୁ ଭକ୍ତବୃନ୍ଦ ଚାତକ ଭଳି ଅନେଇ ଥାଆନ୍ତି ।ଉଡିଲାବେଳେ ପୁଷ୍ପ ଓ ଲଡୁ ଭକ୍ତମାନଙ୍କ ଉପରକୁ ଫୋପାଡି ଥାଆନ୍ତି । ଯେଉଁ ମାନେ ତାହା ପାଇଥାନ୍ତି ସେଥିରେ ଘରକୁ ନେଇ ଘରେ ରଖନ୍ତି ।ଘରେ ରଖିଲେ ଧନ, ସମ୍ପତ୍ତି, ସ୍ବାସ୍ଥ୍ୟ ଭଲ ରହେ ବୋଲି ବିଶ୍ବାସ ଅଛି । ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ଦହି,ସର୍ବତ,ବେଲପଣା,ପାନୀୟ ଜଳ, ଲେମ୍ବୁପାଣି,ବୁଟ ବଣ୍ଟନ କରାଯାଇଥିଲା ।ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ଉପରେ କଡା ନଜର‌ ରଖାଯାଇଥିଲା । ବାବା ଐଶ୍ବାନେଶ୍ବର ଉଡା ଯାତ୍ରା କମିଟି ତରଫରୁ ମେଲୋଡି,ଛଉ,ଡୁବାଙ୍ଗ ନୃତ୍ୟ ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶାନ୍ତି ଶୃଙ୍ଖଳା ସହ ଉଡାଯାତ୍ରା ସଂପନ୍ନ ହୋଇଥିବାରୁ ଏବଂ ସମସ୍ତ ଜନସାଧାରଣ, ସହରବାସୀ ଅକୁଣ୍ଠ ସହଯୋଗ କରିଥିବାରୁ ଉଡାଯାତ୍ରା କମିଟିର ସଦସ୍ୟ କାଳୀ ଚରଣ ସାହୁ,, ଅଭିଜିତ ମହାନ୍ତି,ସଂଜୟ ମହାନ୍ତି,ସଂଜିତ ମହାନ୍ତି,,ଦୀପକ ଡୋଗରା(ଵାଵି), ସଂଜିତ ମହାନ୍ତି,ଅନନ୍ତ ବେହେରା (ବୁଲୁ),ଲିପୁ ମହାନ୍ତି,ସତ୍ୟଜିତ ବାରିକ,ସିତୁ ଡୋଗରା,କେଶବ ବେହେରା,ମଙ୍ଗଳୁ ସାହୁ, ଜଗଦୀଶ ବେହେରା ,ଅନୁପ ଡୋଗରା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

Sunil Chandra Nayak

ଗ୍ରହରାଜ ଶନିଙ୍କ ପୀଠରେ ଜଳ ଅଭିଷେକ କଲେ ଭକ୍ତ 

Sunil Chandra Nayak

ହିଞ୍ଜିଳି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ଓ ପ୍ରତିଷ୍ଠା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!