ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧନ ଫାଇନାନ୍ସ କର୍ମଚାରୀଙ୍କୁ ରାସ୍ତାରୁ ଟଙ୍କା ଆନୁମାନିକ ୭୦ ହଜାର ଟଙ୍କା ଲୁଟି ନେଲେ ୩ ଅଜଣା ଦୁବୃର୍ତ୍ତ

 ମୟୂରଭଞ୍ଜ -୧୨/୪ (ମସିହା) ପୁଣି ମାତିଲେଣି ଲୁଟେରା ।ଗ୍ରୀଷ୍ମ ତାତି ୪୦ ଡିଗ୍ରୀ ରୁ ଉର୍ଦ୍ଧ୍ବରେ ।ତତଲା ଦାଉ ଦାଉ ପବନ ଯୋଗୁଁ ରାସ୍ତାଘାଟ ଖାଁ ଖାଁ ଶୂନଶାନ ।ଏହାର ସୁଯୋଗ ନେଉଛନ୍ତି ଲୁଟେରା ।ଆଜି ଦିନ ୧୨ ଟା ପାଖାପାଖି ସମୟରେ ଵହଳଦା ଥାନା ଅନ୍ତର୍ଗତ ମୋରଣ୍ଡା-ବଡଦୁନ୍ଦୁ ରାସ୍ତା ମଝିରେ ଵନ୍ଧନ ଫାଇନାନ୍ସ କର୍ମଚାରୀ ଦୀପକ କୁମାର ମହାନ୍ତ ଋଣ ଆଦାୟ କରି ଫେରୁଥିବା ସମୟରେ ୩ ଅଜଣା ଦୁବୃର୍ତ୍ତ ମୁହଁରେ କପଡ଼ା ଗୁଡ଼ାଇ ଦୃତ ଗତିରେ ଆସି ତାଙ୍କୁ ଅଟକାଇ ଧମକ ଚମକ ଦେଇ ଟଙ୍କା ଵେଗ ଧରି ଚମ୍ପଟ ମାରିଥିଲେ ।ଦୀପକ ମହାନ୍ତ ଵହଳଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଆନୁମାନିକ ୭୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଛି । ଵହଳଦା ଥାନାଧିକାରୀ ଶ୍ରୀ ରଂଜନ ବେହେରା ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏହାକୁ ନେଇ ଥାନାରେ ଏକ ମାମଲା କେଶ ନମ୍ବର ୪୬ /୨୩ ରୁଜୁ କରିଛି । ଚଳିତ ବର୍ଷ ବାମନଘାଟୀ ଉପଖଣ୍ଡରେ ଏହା ପ୍ରଥମ ଛିନତାଇ ଘଟଣା ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।ଏହି ଅଂଚଳଟି ଓଡ଼ିଶା ଝାଡ଼ଖଣ୍ଡ ସିମାର । ଝାଡ଼ଖଣ୍ଡ ଅଞ୍ଚଳର ଲୁଟେରାଙ୍କ ପ୍ରାଦୁର୍ଭାବ ଏହି ଅଂଚଳରେ ବେଶି ଥାଏ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ

Sunil Chandra Nayak

ନୂଆପଡ଼ା ଅବକାରୀ ବିଭାଗର ଚଢ଼ାଉ : ୧୬ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Sunil Chandra Nayak

ସ୍ବାମୀ ଓ ଦିତୀୟ ପତ୍ନୀ ମିଶି ପ୍ରଥମ ପତ୍ନୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ 

Sunil Chandra Nayak

Leave a Comment

error: Content is protected !!