ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

    ଡାବୁଗାଁ,୨୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ହାଟପଦା ଗ୍ରାମରେ ସୋମବାର ସକାଳେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ହାଟପଦା ଗ୍ରାମର ହରି ଜାନୀ (୩୦) ସୋମବାର ସକାଳ ପ୍ରାୟ ୬ ଘ. ସମୟ ହେବ ପରିବାର ଲୋକେ ଘର ବାହାରେ କାର୍ଯ୍ୟ କରୁଥିବା ବେଳେ ରୋଷେଇ ଘରର ଲୁହା ପାଇପ ରେ ନିଜ ର ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ | ଘର ବାହାରେ ଥିବା ହରି ଙ୍କ ସ୍ତ୍ରୀ ରୋଷେଇ ଘର ଭିତରକୁ ଆସିବାରୁ ଦେଖିଥିଲେ ଯେ ହରି ଆତ୍ମହତ୍ୟା କରିଛି | ସେ ଘର ବାହାରକୁ ଆସି ପଡିଶା ଲୋକଙ୍କୁ ଡ଼ାକିଥିଲେ | ଲୋକମାନେ ଆସି ଦେଖିଥିଲେ ଯେ ହରି ଘର ଭିତରେ ଆତ୍ମହତ୍ୟା କରିଛି | ଏନେଇ ଚମ୍ପା ମୃତକ ର ସ୍ତ୍ରୀ ଚମ୍ପା ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଶସ୍ମିତା ଦାଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ମୃତ ଯୁବକ ଜଣଙ୍କର ମାନସିକ ବିକୃତ ଥିବା ତାଙ୍କ ସ୍ତ୍ରୀ କହିଛନ୍ତି | ଏନେଇ ଥାନା କେସ ନଂ ୧୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚାକିରି ଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

Sunil Chandra Nayak

ବେଆଇନ୍ ଧାନ ଗଛିତ ସନ୍ଧେହରେ ବିଭିନ୍ନ ମିଲ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗଚାଷିର ୧୦୦୦ ପକେଟ ଧାନ ଜବତ କରିଛି ଏନ୍‌ଫୋର୍ସମେଂଟ ଟିମ୍‌

masiha

ପଣ୍ଡକୁଳ ଠାରେ ବେଆଇନ ଭାବେ ଚାଲିଛି ବାଲି ଚାଲାଣ , ବିନା ନମ୍ବରରେ ଚାଲିଛି ଟ୍ରାକ୍ଟର ପୁଣି ବାଲି ଚାଲାଣ

Leave a Comment

error: Content is protected !!