ପ୍ରେମରେ ମିଳିଲା ଧୋକ୍କା । ହ୍ବାଟ୍ସଆପ୍ରେ ଷ୍ଟାଟସ୍ ଦେଇ ଝୁଲିପଡିଲେ ଯୁବକ l ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ଦେଖିବାକୁ ମିଳିଛି l ମୃତ ଯୁବକ ହେଲେ ଧର୍ମଗଡ ଥାନା ଅଏଁଲାଜୋର ଗାଁର ହିମାଂଶୁ ଭଇଁସାଲ l
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ପ୍ରେମରେ ଧୋକ୍କା ମିଳିବା ପରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ । ଜଣେ ଝିଅ ତାଙ୍କୁ ଧୋକ୍କା ଦେଇଥିବାରୁ ସହି ନପାରି ସେ ଆତ୍ମହତ୍ୟା କରିଥିବା ଷ୍ଟାଟସ୍ରେ ଉଲ୍ଲେଖ ରହିଛି ।
ଯୁବକ ଜଣଙ୍କ ଭାଲୁଚୁଆଁ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ l ବିଳମ୍ବିତ ରାତିରେ ଷ୍ଟାଟସ୍ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଛନ୍ତି l ତା ବିନା ବଞ୍ଚିବା ସମ୍ଭବ ନୁହେଁ ବୋଲି ମୋବାଇଲରେ ଷ୍ଟାଟସ୍ ରଖିଛନ୍ତି l ତାଙ୍କ ମୋବାଇଲ ଷ୍ଟାଟସ୍ ଭାଇରାଲ୍ ହୋଇଥିବା ଯୋଗୁଁ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି l ଏପରିକି ଷ୍ଟାଟସ୍ରେ ଜଣେ ଯୁବବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାର ଦୃଶ୍ୟ ଥିବା ମଧ୍ୟ ଜଣାପଡିଛି l
ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ କୋକସରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସିପାରିବ ବୋଲି ପୋଲିସ ସୂଚନା ଦେଇଛି l