ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯୭ ବର୍ଷୀୟା ଧର୍ମ ପରାୟଣ ବୃଦ୍ଧା ଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର:୨୯/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦରମହୋକୁମା ସ୍ଥିତ ତାଲବନ୍ଦପଡାର ଧର୍ମ ପରାୟଣ ମହିଳ ରାମାଦେଇ ଙ୍କ (୯୩) ବୟସରେ ଗତ ତା ୨୮/୦୪/୨୦୨୩ ରିଖ ଶୁକ୍ରବାର ରାତ୍ର ପ୍ରାୟ ୯.୪୫ ମନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ଉପସ୍ଥିତ ରହିଥିଲେ ତାଙ୍କର ଦୁଇ ପୁତ୍ର ମଧ୍ୟରୁ ଜ୍ଯେଷ୍ଠ ପୁତ୍ର ମାଣିକ୍ଯ ଚନ୍ଦ୍ର ନାଏକ ଓ କନିଷ୍ଠ ପୁତ୍ର ସନାତନ ନାଏକ ତାଙ୍କର ସହଧର୍ମିଣୀ ଝିଅଜୋଇଁ ନାତୀ ନାତୁଣୀ ଉପସ୍ଥିତ ରହିଥିଲେ। ମୃତ୍ୟୁ ଖବର ଅଞ୍ଚଳରେ ପ୍ରସାରିତ ହେବା ପରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ, ଦୟାଳୁ ଧର୍ମ ପରାୟଣୀ, ସ୍ନେହମୟୀ କରୁଣାମୟୀ ଓ ନିଷ୍ଡାପର ମହିଳା ଭାବରେ ଅଞ୍ଚଳରେ ସୁପରିଚିତ ଥିଲେ, ତାଙ୍କର ଏହି ମୃତ୍ୟୁ ଖବର ପାଇ ଅଞ୍ଚଳର ଶହ ଶହ ଲୋକଙ୍କ ସମାଗମ ହୋଇଥିବା ବେଳେ ପୁରୁଷ ମହିଳାଙ୍କ ଉପସ୍ଥିତିରେ ଏକ ଶବ ଶୋଭାଯାତ୍ରାରେ ବାହାରି ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ ପହଞ୍ଚି ଶବ ସତ୍କାର କରାଯାଇଥିଲା। ତେବେ ଏହି ମୃତ୍ୟୁକୁ ନେଇ ବର୍ତ୍ତମାନ ପରିବାର ଲୋକଙ୍କ ମନରେ ଗଭୀର ଆଘାତ ଲାଗିଛି ଯାହାଫଳରେ ସେମାନେ ଏକପ୍ରକାର ଭାଙ୍ଗି ପଡିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ଦାବିପତ୍ର.

Sunil Chandra Nayak

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ଝରିଗାଁ ବ୍ଲକର ୬୭ଗାଁ କୁ ନାହିଁ ପକ୍କା ରାସ୍ତା

masiha

Leave a Comment

error: Content is protected !!