ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଡାବୁଗାଁ, ୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମର ମଶାଣି ରେ ମୋତିଗାଁ ଗ୍ରାମ ଜଣେ ଲୋକ ଚାଷ କରିବାକୁ କେନ୍ଦ୍ର କରି ୨ ଗ୍ରାମବାସୀ ମଧ୍ୟରେ ଗଣ୍ଡଗୋଳ ନେଇ ଶନିବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :- ଶନିବାର ଦିନ ୧୨ ଘଣ୍ଟା ସମୟରେ ଜୁନାପାଣି ଗ୍ରାମର ମଶାଣିରେ ମୋତିଗାଁ ଗ୍ରାମର ଜଗ ଭତ୍ରା, ମନଧର ଭତ୍ରା ଓ ଧନସିଂ ଭତ୍ରା ଟ୍ରାକ୍ଟର ସାହାଯ୍ୟରେ ହଳ କରିବା ସମୟରେ ଜୁନାପାଣି ଗ୍ରାମର ଭୀମ ହରିଜନ ଏବଂ ଗ୍ରାମବାସି ଏବଂ ମହିଳା ମାନେ ମନା କରିବାରୁ ସେମାନେ ଜୁନାପାଣି ର ଗ୍ରାମବାସୀଙ୍କ ସହ ପାଟିତୁଣ୍ଡ କରିବା ସହ ଜୀବନରେ ମାରିବା ଦେବା ପାଇଁ ଧମକ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଭୀମ ହରିଜନ ଏବଂ ଜୁନାପାଣି ଗ୍ରାମର ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଲିଖିତ ଭାବରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ମୋତିଗାଁ ଗ୍ରାମରେ ଶତାଧିକ ମହିଳା ଏବଂ ପୁରୁଷ ଜୁନାପାଣି ଗ୍ରାମର ଗ୍ରାମବାସୀ ଙ୍କ ସହ ଗଣ୍ଡଗୋଳ କରିବା ଉଦ୍ଦେଶ୍ୟ ରେ ଥାନାକୁ ଆସିଥିଲେ l ଡାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଏବଂ ପୋଲିସ କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ଦୟା ନିଧି ଭତ୍ରା ପ୍ରମୁଖ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଉଭୟ ପକ୍ଷ ଆପୋଷ ସମାଧାନ ହୋଇଥିଲେ l ଉଭୟ ପକ୍ଷ ଆପୋଷ ସମାଧାନ ହେଲା ବୋଲି ଥାନାରେ ଲିଖିତ ଆକାରରେ ଦେଇ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

ଚାରବାହାଲ ରେ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା ଆରମ୍ଭ

Sunil Chandra Nayak

ବିଜେପୁର, ସିକେରକୁପା ସେକ୍ସନ ପାଲଟିଛି ଦୁର୍ନୀତିର ଗନ୍ତାଘର  ଜୟପାଟଣାରେ ପରେ ଲାଞ୍ଜିଗଡ ବ୍ଲକରେ ବଢିଲା ଇଡି ରେଡ ଆଶଙ୍କା 

masiha

Leave a Comment

error: Content is protected !!