ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଡାବୁଗାଁ, ୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମର ମଶାଣି ରେ ମୋତିଗାଁ ଗ୍ରାମ ଜଣେ ଲୋକ ଚାଷ କରିବାକୁ କେନ୍ଦ୍ର କରି ୨ ଗ୍ରାମବାସୀ ମଧ୍ୟରେ ଗଣ୍ଡଗୋଳ ନେଇ ଶନିବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :- ଶନିବାର ଦିନ ୧୨ ଘଣ୍ଟା ସମୟରେ ଜୁନାପାଣି ଗ୍ରାମର ମଶାଣିରେ ମୋତିଗାଁ ଗ୍ରାମର ଜଗ ଭତ୍ରା, ମନଧର ଭତ୍ରା ଓ ଧନସିଂ ଭତ୍ରା ଟ୍ରାକ୍ଟର ସାହାଯ୍ୟରେ ହଳ କରିବା ସମୟରେ ଜୁନାପାଣି ଗ୍ରାମର ଭୀମ ହରିଜନ ଏବଂ ଗ୍ରାମବାସି ଏବଂ ମହିଳା ମାନେ ମନା କରିବାରୁ ସେମାନେ ଜୁନାପାଣି ର ଗ୍ରାମବାସୀଙ୍କ ସହ ପାଟିତୁଣ୍ଡ କରିବା ସହ ଜୀବନରେ ମାରିବା ଦେବା ପାଇଁ ଧମକ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଭୀମ ହରିଜନ ଏବଂ ଜୁନାପାଣି ଗ୍ରାମର ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଲିଖିତ ଭାବରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ମୋତିଗାଁ ଗ୍ରାମରେ ଶତାଧିକ ମହିଳା ଏବଂ ପୁରୁଷ ଜୁନାପାଣି ଗ୍ରାମର ଗ୍ରାମବାସୀ ଙ୍କ ସହ ଗଣ୍ଡଗୋଳ କରିବା ଉଦ୍ଦେଶ୍ୟ ରେ ଥାନାକୁ ଆସିଥିଲେ l ଡାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଏବଂ ପୋଲିସ କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ଦୟା ନିଧି ଭତ୍ରା ପ୍ରମୁଖ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଉଭୟ ପକ୍ଷ ଆପୋଷ ସମାଧାନ ହୋଇଥିଲେ l ଉଭୟ ପକ୍ଷ ଆପୋଷ ସମାଧାନ ହେଲା ବୋଲି ଥାନାରେ ଲିଖିତ ଆକାରରେ ଦେଇ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

masiha

ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ୍ ପକ୍ଷରୁ ଶୋକ ସଭା 

Leave a Comment

error: Content is protected !!