ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା: ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭବାନୀପାଟଣା: ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭବାନୀପାଟଣା: କଳାହାଣ୍ଡିର ଜଣେ ନିର୍ମଳ ହୃଦୟର ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ବିୟୋଗରେ ଆଜି ‘କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ’ ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ଶୋକସଭା ଓ ‘ସ୍ମୃତିରେ ଜୟନ୍ତ ନାଏକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉପସ୍ଥିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ, ବନ୍ଧୁ ଓ ଶୁଭେଚ୍ଛୁମାନେ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସ୍ୱର୍ଗତ ଜୟନ୍ତ ନାଏକଙ୍କ ଛାତ୍ର ଜୀବନ ଭବାନୀପାଟଣା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପଶ୍ଚିମ ଛାତ୍ରାବାସରେ କଟିଥିଲା । ଜଣେ ମେଧାବୀ ଛାତ୍ର ଭାବେ ସେ ଓଡ଼ିଆ ବିଷୟରେ ଏମ୍.ଫିଲ୍ କରିବା ସହ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଛାତ୍ର ଜୀବନରୁ ହିଁ ସେ ଅନ୍ୟାୟ ବିରୋଧରେ ସଂଘର୍ଷ ଓ ଲଢ଼େଇ ଜାରି ରଖିଥିଲେ । ସେ ବିଶେଷ କରି ଦଳିତ ଯୁବକମାନଙ୍କ ପାଇଁ ଶକ୍ତିର ପ୍ରତୀକ ଥିବା ବେଳେ ସମାଜର ସବୁବର୍ଗର ଲୋକଙ୍କ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଥିଲେ ।

ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା । ୨୦୦୯ ମସିହାରେ ସେ ବିଜେଡି ଟିକେଟରେ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ସୁଯୋଗ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ‘ଡିଫାଇନ୍ କଳାହାଣ୍ଡି’ ଏବଂ ‘ଓଡ଼ିଶା ଜନତା କଂଗ୍ରେସ’ର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦର ସଭାପତି ଅବିନାଶ ଠାକୁର, ଯୁବ ନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ଦାମୋଦର ବେହେରା, ସତ୍ୟ ମାହାର, କିର୍ତନ ନାୟକ, ସୁନନ୍ଦ ପଟ୍ଟନାୟକ, ସୁକାନ୍ତି ସରାଫ, ଅଗଷ୍ଟ ନାଏକ, ହୃଷିକେଶ ଗାନ୍ଧୀ, ଅଭିଷେକ ଗହୀର, ଶିବା ସାହୁ , ସୋରଜ ବାଗ, ତପନ ନାଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ନାଏକଙ୍କ ସହ ବିତାଇଥିବା ସ୍ମୃତିଚାରଣ କରିବା ସହ ତାଙ୍କର ପରୋପକାରୀ ଗୁଣ ଓ ନେତୃତ୍ୱକୁ ମନେ ପକାଇଥିଲେ ।

Related posts

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଦାଶିଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ଚାଷୀ କମିଟି ଗଠିତ

Sunil Chandra Nayak

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!