ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୪ ବର୍ଷ ଦେଶମାତୃକାର ସେବା ପରେ ଜୁନାଗଡ଼ ଫେରିଲେ ୱିଙ୍ଗ୍ କମାଣ୍ଡର ବିନୟ ଭୂଷଣ ମେହେର

୨୪ ବର୍ଷ ଦେଶମାତୃକାର ସେବା ପରେ ଜୁନାଗଡ଼ ଫେରିଲେ ୱିଙ୍ଗ୍ କମାଣ୍ଡର ବିନୟ ଭୂଷଣ ମେହେର

ବିଶାଳ ଶୋଭାଯାତ୍ରାରେ ସ୍ୱାଗତ ଓ ସମ୍ବର୍ଦ୍ଧନା

ଜୁନାଗଡ଼:୨୨/୧୧(ମନୀସ )ଦୀର୍ଘ ୨୪ ବର୍ଷ ଧରି ଭାରତୀୟ ବାୟୁସେନାରେ ନିଷ୍ଠା ଓ ନିଷ୍ଠାପରତାର ସହ ଦେଶମାତୃକାର ସେବା କରି ସ୍ୱେଚ୍ଛାକୃତ ଅବସର (Voluntary Retirement) ଗ୍ରହଣ କରି ଜନ୍ମମାଟିକୁ ଫେରିଛନ୍ତି ୱିଙ୍ଗ୍ କମାଣ୍ଡର ବିନୟ ଭୂଷଣ ମେହେର। ତାଙ୍କର ଏହି ଗୌରବମୟ ଫେରିବା ଅବସରରେ ଜୁନାଗଡ଼ ସହରରେ ଏକ ବିଶାଳ ଶୋଭାଯାତ୍ରା ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।

ରବିବାର ସକାଲେ ହୋଟେଲ ଓରିଅନ୍‌ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ସହରର ଜାତୀୟ ରାଜପଥ ଦେଇ ଅଗ୍ରସର ହୋଇଥିଲା। ଏହି ଅବସରରେ ୱିଙ୍ଗ୍ କମାଣ୍ଡର ମେହେର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ସଂଘ ପକ୍ଷରୁ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଏହାପରେ ସେ ଜୁନାଗଡ଼ର ଆରାଧ୍ୟା ଦେବୀ ମା’ ଲଙ୍କେଶ୍ୱରୀଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଦୀର୍ଘ ୨୪ ବର୍ଷ ଧରି ଦେଶର ସୁରକ୍ଷା ଓ ସେବାରେ ନିଜକୁ ସମର୍ପିତ କରିଥିବା ଜଣେ ବାୟୁସେନା ଅଧିକାରୀଙ୍କ ଜନ୍ମମାଟିକୁ ପ୍ରତ୍ୟାବର୍ତ୍ତନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଥିଲା। କାର୍ଯ୍ୟକାଳ ପୂରଣ ପରେ ଆଗକୁ ସେ ସମାଜସେବା ରେ ସମୟ ଦେଇ କିଛି ପରିବର୍ତ୍ତନ ର ବାର୍ତ୍ତା ଦେଇଥିଲେ,ତାଙ୍କର ଏହି ଦେଶସେବା ଓ ସମର୍ପଣ ଭାବନା ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣାର ଉତ୍ସ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରଦ୍ଧା ଫାଉଣ୍ଡେସନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି 

masiha

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

Sunil Chandra Nayak

ସମସ୍ତ ଙ୍କୁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

masiha

Leave a Comment

error: Content is protected !!