ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସୁବିଧାରୁ ବଞ୍ଚିତ ଭାଟିଫାସ ଗ୍ରାମ: ରାସ୍ତା ଓ ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ,

ମୌଳିକ ସୁବିଧାରୁ ବଞ୍ଚିତ ଭାଟିଫାସ ଗ୍ରାମ: ରାସ୍ତା ଓ ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ,

ଥୁଆମୂଳ ରାମପୁର:୨୨/୧୧ – (ମନିସ) :- ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଆଜି ବି ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛି। ଏହାର ଜ୍ଜଳନ୍ତ ଉଦ୍ଧାର ହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତ ନିକଟସ୍ଥ ଭାଟିଫାସ ଗ୍ରାମରେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଗାଁକୁ ଭଲ ରାସ୍ତା, ପାନୀୟ ଜଳ, ଏବଂ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ପହଞ୍ଚି ପାରିନାହିଁ।

ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଅତ୍ଯନ୍ତ ଶୋଚନୀୟ ହୋଇପଡୁଛି। ବର୍ଷା ଦିନ ଆସିଲେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇପଡେ। ଫଳରେ ଗ୍ରାମବାସୀ ଅନେକ ଲୋକ ନାହିଁନଥିବା ଅସୁବିଧା ଭୋଗୁଛନ୍ତି, ଏପରିକି ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ ରହୁଛି। ସବୁଠାରୁ ବଡ ସମସ୍ୟା ହେଉଛି,କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳା ଗୁରୁତର ହେଲେ ଗାଁ ପଶିପାରୁ ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ଖଟିଆରେ ବୋହି ରୋଗୀଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଉଛନ୍ତି। ସେହିପରି ଗାଁରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି।ଗାଁରେ ଥିବା ନଳକୂପଟି ଅଚଳ ହୋଇପଡିଲେ ଦୁଷିତ ଚୁଆଁ କିମ୍ବା ନାଳରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ଗାଁରେ ବିଭିନ୍ନ ଜଳବାହିତ ରୋଗ ବ୍ଯାପିବାର ଅନେକ ଆଶଙ୍କା ସୃଷ୍ଟି ହୁଏ। ବିଦ୍ଯୁତ। ସେବା ମଧ୍ୟ ଅନିୟମିତତା ହୋଇଥିବାରୁ ସନ୍ଧ୍ୟା ହେଲେ ଗାଁ ଅନ୍ଧାରେ ବୁଡି ରହେ। ସମ୍ବେଦନଶୀଳ ବିଷୟ ଏହା ଯେ ଗାଁରେ ବିଦ୍ୟାଳୟ ଟିଏ ନାହିଁ ବୋଲି ଗରିବ ଲୋକମାନଙ୍କ ପୁଅଝିଅ ଙ୍କ ପାଠ ପଡିବାରୁ ବଞ୍ଚିତ ରହୁଛନ୍ତି। ଯାହାଦ୍ୱାରା ଗାଁର ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଘେରରେ ରହିଛି। ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ନିର୍ବାଚନ ଆସିଲେ ନେତାମାନେ ପ୍ରତିଶ୍ରୁତି ଦେଇ ଭୋଟନେଇଯାଆନ୍ତି, କିନ୍ତୁ ପରେ ଗାଁ କଥା ଭୁଲିଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୁ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଯୁକ୍ତ ୨ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଫଳତା  ବିଜ୍ଞାନ ବିଭାଗରେ ଅଭିଜିତ୍ ସରାଫ ୯୮.୩୪ % ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର

Sunil Chandra Nayak

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ଫାଶୀ ଦିବସ ପାଳନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!