ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ପାପଡାହାଣ୍ଡି,05/10, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ତରଫରୁ ଗୁରୁବାର ସଦର ଠାରେ ସାଇବର ସୁରକ୍ଷା ଅଭିଯାନ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁରରୁ ଆସିଥିବା ସାଇବର ରଥକୁ ବସଷ୍ଟାଣ୍ଡ ଛକରେ ପୋଲିସ ଓ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ନାଚ, ଗୀତ,ବାଜା ବଜାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଦଳେଇଗୁଡା ବାଳିକା ମହାବିଦ୍ୟାଳୟ କୁ ନିଆଯାଇଥିଲା | ବାଳିକା ମହାବିଦ୍ୟାଳୟ ପରିସରରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥିରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ଅନ୍ୟତମ ଅତିଥିରୂପେ ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ତହସିଲଦାର ଯୋଗେଶ୍ୱର ଭୋଇ, ବିଡ଼ିଓ ଦିବାକର ବାଗ ,ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ କୁମାର ଜେନା, ବାଳିକା ମହାବିଦ୍ୟାଳୟ ପ୍ରିନ୍ସିପାଲ ଶଷ୍ଟିଲତା ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏହି ଅବସରେ ସାଇବର ଠକେଇ କଣ, କିଭଳି ହୁଏ ଏବଂ କେମିତି ଏହି ସାଇବର ଠକେଇ ରୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ବିଶୃତ ଆଲୋଚନା ହୋଇଥିଲା | ପୁଣି ଏହି ଅବସରରେ ଦଳେଇଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସଚେତନ ରଥ ସ୍ୱାଗତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ କୁମାର ଜେନା, ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ | ସଚେତନ କାର୍ଯ୍ୟକ୍ରମ ସହ ସାଂସ୍କୃତିକ ନାଚ ଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା | ଏହି ଅବସରରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ନୃତ୍ୟ ପରିବେଷଣ କରିଥିଲେ | ମଞ୍ଚ ପରିଚାଳନା ଶିକ୍ଷକ ମାଧବ ମଣ୍ଡଳ, ସୁଦାମ ସେଠି କରିଥିଲେ |ଏସଆଇ ଶିବଜି ପଣ୍ଡା, ଏସଆଇ ଶିବ ପ୍ରସାଦ ଦଳେଇ, ଏଏସଆଇ ହରିହର ମାଝୀ, ଅଭି ପାଣିଗ୍ରାହୀ,ଓ ପୋଲିସ ବିଭାଗ ସମସ୍ତ କର୍ମଚାରୀ, ବିଦ୍ୟାଳୟ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ | ସନ୍ଧ୍ୟାରେ ବସଷ୍ଟାଣ୍ଡ ରେ ପ୍ରୋଜେକ୍ଟର ମାଧ୍ୟ୍ୟମରେ ସାଇବର ଫ୍ରଡ଼ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

କର୍କଟ ସଚେତନତା ଶିବିର

Sunil Chandra Nayak

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

masiha

Leave a Comment

error: Content is protected !!