ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳପରିଷଦ ତେନ୍ତୁଳିଆପଡ଼ା ସ୍କୁଲରେ ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲ ଗେଟ ରେ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ଧାରଣାରେ ବସିଛନ୍ତି ଏହା ଯୋଗୁଁ ସ୍କୁଲ ରେ ପଠା ପଢା ଠପ୍ ହୋଇ ଯାଇଛି।

      ସୂଚନା ଅନୁସାରେ ତେନ୍ତୁଳିଆ ପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୩୦ ଜଣ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ଦେବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ଦୁଇ ଜଣ ଶିକ୍ଷକ ଙ୍କୁ ବିଏଲଓ ଦାୟିତ୍ୱ ଦିଆ ଯାଇଥିବା ବେଳେ ଜଣେ ଶିକ୍ଷକ ପିଲାଙ୍କୁ ଜଗି ରହୁଛନ୍ତି । ଫଳରେ ଶ୍ରେଣୀ ଅନୁଯାଇ ଶିକ୍ଷକ ନ ଥିବାରୁ ପାଠ ପଢା ରେ ବ୍ୟାହତ ସୃଷ୍ଟି ହେଉଛି ବୋଲି ଅଭଭାବକ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ଧର୍ମଗଡ ଉପଜିଲ୍ଲାପାଳ, ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ୭ ଦିନରୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସ୍କୁଲ ରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ଭିକାରୀ ନାଏକ , କାଉନସିଲ ର ନବୀନ ମହାନନ୍ଦ, ଅଭିଭାବକ କାର୍ତ୍ତିକ ସେଠୀଆ, ବିରେନ୍ଦ୍ର ମାଝୀ, ରମେଶ ଚଣ୍ଡି, ବିନୋଦ ଚଣ୍ଡି, ନୂତନ ଗହିର, ମକୁନ୍ଦ ନାଏକ କେଶରୀ ସେଠୀଆ ଓ ଅନ୍ୟମାନେ ସ୍କୁଲ ଗେଟ ରେ ତାଲା ପକାଇ ଧାରଣା ଦେଇଥିଲେ । ଖବର ପାଇ ଏବିଇଓ ଗଣେଶ୍ୱର ନାୟକ ସ୍କୁଲ ରେ ପହଞ୍ଚି ଧାରଣା ରତ ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା କାଲି ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହର କରା ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

masiha

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

Sunil Chandra Nayak

Leave a Comment

error: Content is protected !!