ବେଢ଼ାବନ୍ଧରେ ବୁଡି ମହିଳାଙ୍କ ମୃତ୍ୟୁ
ପାପଡାହାଣ୍ଡି,5/10, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହକୁମାରେ ଥିବା ବେଢ଼ାବନ୍ଧରେ ବୁଡି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ହେମ ଭତ୍ରା । ତାଙ୍କ ଘର ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ସାନ ଭେଜା ଗ୍ରାମ ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ ଘର ମୋକିଆକୁ ଆସିଥିଲେ । ସକାଳେ ଗାଧାଇବା କୁ ନିକଟସ୍ଥ ବେଢ଼ାବନ୍ଧକୁ ଯାଇଥିଲେ । ପାଣିର ଗଭୀରତା ନ ଜାଣି ପାରିବାରୁ ବୁଡି ଯାଇଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରିବାରୁ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ ।କିଛି ସମୟ ପରେ ତାଙ୍କର ଶବ ପାଣି ଉପରକୁ ଭାସୁଥିବା ଦେଖିବାକୁ ପାଇଥିଲେ ।ଏନେଇ ପରିବାର ଲୋକ ପାପଡାହାଣ୍ଡି ଥାନାକୁ ଖବର ଦେବାପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ସରପଞ୍ଚ ଜଗତ ଜୀବନ ନାୟକ ,ପୂର୍ବତନ ସମିତି ଯୁଗଳ ବିଶୋଇ , ପୂର୍ବତନ ବ୍ଲକ ଅଧକ୍ଷ ଲିଙ୍ଗରାଜ ଭତ୍ରା ପ୍ରମୁଖ ପହଞ୍ଚି ଥିଲେ । ଏନେଇ ପାପଡାହାଣ୍ଡି ପୋଲିସ କେସ ନମ୍ବର 14/23ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟାବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି |