ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୯ ଦିନରେ ,  ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ ପ୍ରତୀକାତ୍ମକ ଗଣଧାରଣା ଜାରୀ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୯ ଦିନରେ , 

ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ ପ୍ରତୀକାତ୍ମକ ଗଣଧାରଣା ଜାରୀ
  ଆଜି ଗଣ ଧାରଣା ରେ ବସିଲେ ମହିଳା ମହାବିଦ୍ୟାଳୟ ର +୩ ର ଛାତ୍ରୀ ମାନେ… 

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୩୯ ତମ ଦିବସ ରେ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଯୁକ୍ତତିନି ର ଛାତ୍ରୀ ମାନେ ଏକ ଶୋଭଯାତ୍ରାରେ ଆସି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ। 

ଧର୍ମଗଡ ମହିଳା ମହାବିଦ୍ୟାଳୟ ର +୩ ର ଛାତ୍ରୀ ଡୋନା ଭୂୟାଁ, ଦେବସ୍ମିତା ମାଝୀ ଙ୍କ ନେତୃତ୍ବରେ ରୋଜି ନାଏକ, ହେମାଙ୍ଗିନି ମହାରଣା, ସୁଚିଶ୍ମିତା ନାଏକ, ନମ୍ରତା ସେନାପତି, ସୁନିତା ନାଏକ, ବୀଣାପାଣି ଚଣ୍ଡୀ, ରଞ୍ଜୁ ପ୍ରିୟଙ୍କା କାଣ୍ଡ, ରୋସନୀ ପ୍ରଧାନୀ, ପୂର୍ଣ୍ଣମୀ ଲହଜଲ, ସନ୍ତୋସି ସେନାପତି, ମଧୁସ୍ମିତା ଦାସ ସମେତ ଶତାଧିକ ଛାତ୍ରୀ 

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ, ଜନ୍ମେଜୟ ନାଏକ, ରତନ ନାଏକ, ଡାକେଶ୍ୱର୍ ଲହଜଲ,ଜଗବନ୍ଧୁ ମିଶ୍ର ଏହି ଅବସରରେ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତକାଲି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଯେଉଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିଲା ତାହାକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶଶୁର ଘରେ ବାରଣ୍ଡାରେ ପଡିଯାଇ ଯବାନଙ୍କ ମୃତ୍ୟୁ

Sunil Chandra Nayak

ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!