ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ 

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ 

ରାଉରକେଲା/ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଦ୍ଵାରା ସେକ୍ଟର ୫ ସ୍ଥିତ ଗୋଲଘର ଠାରେ ଥିବା ବିଦ୍ୟାଳୟରେ ମରାମତି କାର୍ଯ୍ୟ କରାଯାଇଛି। ଗତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଷ୍ଟିଲ ସିଟି ର ସଦସ୍ୟ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ୩ଟି ଗୃହର ମରାମତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ଷ୍ଟିଲ ସିଟିର ସଦସ୍ୟ ମାନେ ଆର୍ଥିକ ସହାୟତା ଯୋଗାଇ ଥାଆନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରୋଟାରୀଆନ ସୀମାଦେବ ଭୈ।ମିକ, ରୋଟାରୀଆନ ହର୍ଷିଲା ସୂର୍ଯ୍ୟବଂଶୀ, ରୋଟାରୀଆନ ପ୍ରିତୀ କୈ।ର, ରୋଟାରୀଆନ ସନ୍ଧ୍ୟା ସାହୁ, ରୋଟାରୀଆନ ଚମ୍ପାବତୀ ଅମାତ, ରୋଟାରୀଆନ ରଶ୍ମି ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ବାଳସୁଧାର ଗୃହ ରେ ଦ୍ଵିଦିଵସୀୟ ଚିତ୍ରକଳା ଏବଂ ବର୍ଜ୍ୟବସ୍ତୁ ଉପରେ କାରିଗରୀ କୈାଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଚିତ୍ରକଳା ଶିକ୍ଷୟିତ୍ରୀ ସୁନିତା ସାମଲ ଏବଂ ଗୀତା ସାହୁ ଅନ୍ତେବାସୀ ମାନଙ୍କୁ ରଙ୍ଗ ଓ ତୁଳସୀ ସାହାଯ୍ୟରେ ବିଭିନ୍ନ ପ୍ରକାରର ଚିତ୍ରକଳା ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ପ୍ରତିଭା,କୁଲଜିତ,ଅସୀମା, ରଶ୍ମି ଦାସ, ପ୍ରିତୀ ଓ ଉଭୟ କାର୍ଯ୍ୟକ୍ରମରେ ରୋଟାରୀଆନ ସଭାପତି ପୁତୁଲ ରାହୁଲ, ସମ୍ପାଦକ ଅର୍ଚ୍ଚନା ମହାନ୍ତି, ଉପଦେଷ୍ଟା ଡ଼ଃ ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ଵାସ, ଚନ୍ଦନ ବିଶ୍ଵାସ, ବିଭୁ ନାୟକ, ଦିଲିପ ଭୁଇ, କାବେରୀ ବାନାର୍ଜୀ,ଆନାବେଲ ଡିସୈ।ଜା,ମନିଦୀପା,ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ . ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

masiha

Koraput Shines at State-Level Sampoornata Abhiyaan Samman Samaroha

Sunil Chandra Nayak

Leave a Comment

error: Content is protected !!