ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

ବନ୍ଧୁଗାଁ ତା ୪/୧୦/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗଜାବାଡି ଗ୍ରାମରେ ମାଟି କାନ୍ଥରେ ନିର୍ମିତ ଘରର କାନ୍ଥ ଭାଙ୍ଗି ଘର ଦବି ଯାଇଥିବା ଦେଖିବାକୁ ମିଳିଛି। ଗାଁକୁ ଲାଗି ରହିଥିବା ଘର ବର୍ଷା ଅଭାବ ସତ୍ତ୍ଵେ ସାମାନ୍ୟ ବର୍ଷା ଆଜକୁ ଦୁଇ ଦିନ ଧରି ଲାଗି ରହିଥିବା ଯୋଗୁଁ ମାଟିରେ ନିର୍ମିତ ଧବୁଲୁ ହିମିରିକାଙ୍କ ଘର ତଳରୁ ବତରି ଯାଇଥିଲା। ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ପରିବାର ୪ ଜଣ ସଦସ୍ୟ ଖାଦ୍ୟ ଖାଇବାକୁ ଭିତରେ ବସି ଥିଲେ। ଠିକ ଏହି ସମୟରେ ଘରର ମାଟି କାନ୍ଥ ଅଳ୍ପ ଭାଙ୍ଗି ଘରଟି ତଳକୁ ଖସେଇ ପଶି ଆସିଥିଲା। ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ପାରିବାର ୪ ଜଣ। ଗରିବ ପରିବାର ବହୁ କଷ୍ଟରେ ନିଜର ମୁଣ୍ଡ ଗୁଞ୍ଜିବାକୁ ମାଟିରେ ନିର୍ମିତ କରିଥିଲେ ଘର ଖଣ୍ଡିକ। ଆଉ ପୁଣି ଆଜି ସେହି ଘର ଟି ଭାଙ୍ଗି ଯାଇଛି। ସରକାରଙ୍କୁ ଏହି ପ୍ରକାର ଅବସ୍ଥା ମଧ୍ୟରେ ଥିବା ଗରିବ ଆଦିବାସୀ ପରିବାର ଙ୍କୁ ଘର ଖଣ୍ଡିକ ନ ମିଳିବା ଚିନ୍ତାର କାରଣ ହୋଇଛି। ଜୀବନ ସିନା ବଞ୍ଚିଲା କିନ୍ତୁ ବର୍ତ୍ତମାନ ମୁଣ୍ଡ ଗୁଞ୍ଜିବେ କେଉଁ ଠାରେ। ସରକାର ଏହି ପ୍ରକାର ଗରିବ ଆଦିବାସୀ ପରିବାର ଙ୍କୁ ଘର ଖଣ୍ଡିକ ଯୋଗାଇବା ପାଇଁ ପରିବାର ତରଫରୁ ଗୁହାରି କରିବା ସହିତ ସାଧାରଣ ଜନସାଧାରଣ ଉକ୍ତ ବ୍ୟକ୍ତିଙ୍କୁ ଘର ଖଣ୍ଡିକ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

masiha

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

Leave a Comment

error: Content is protected !!