ବାଲେଶ୍ଵର,୧୪/୦୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ସ୍ଥିତ ଦର୍ଶନ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀ, ମୁଖ୍ୟବକ୍ତା ପ୍ରଧାନ ଶିକ୍ଷକ ମାୟାଧର ସାହୁ, ସମ୍ମାନିତ ଅତିଥି ସେବାନିବୃତ୍ତ ପ୍ରଧାନ ଶିକ୍ଷକ ବୀଣାପାଣି ଦାସ, ଗୌରାଙ୍ଗ ପ୍ରସାଦ ଲେଙ୍କା, ଅହଲ୍ଯା ମହାପାତ୍ର, ଚନ୍ଦ୍ରକାନ୍ତ ଶତପଥୀ, ଓଷ୍ଟା ଖ ଇରା ମଣ୍ଡଳ ସଭାପତି ଦୀନବନ୍ଧୁ ଦାଶ, ଓଷ୍ଟା ଖଇରା ମଣ୍ଡଳ ସମ୍ପାଦକ ଷଡାନନ ପାଣିଗ୍ରାହୀ ଓ ଡୁଙ୍ଗୁରା ସରପଞ୍ଚ ପ୍ରକାଶ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିବା ସହିତ ବିଦ୍ୟାଳୟ ତରଫରୁ ପ୍ରସ୍ତୁତ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ