ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁରେ ବାଘ ଆତଙ୍କ 

ଗୋଟିଏ ଗାଈ ଓ ବଳଦ ମୃତ,

ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ

ଲାଞ୍ଜିଗଡ଼,୧୫/୦୨(ମନିସ)-ଧିରେ ଧିରେ ବାଘ ସଂଖ୍ୟା ଲୋପ ପାଇବାକୁ ବସିଥିବାବେଳେ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍ ମାନେ ଆଶଙ୍କା ବ୍ୟକ୍ତ କରୁଥିବାବେଳେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁ ନିକଟରେ ଗୋଟିଏ ଗାଈ ଓ ଗୋଟିଏ ବଳଦ ବାଘ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଘଟଣା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । କାଂଚଲି ଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ବାଘର ଉପସ୍ଥିତିକୁ ନେଇ କୋକୁଆ ଭୟ ଖେଳିଯାଇଥିବାବେଳେ ଘଟଣା ସଂପର୍କରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ôଚଛନ୍ତି ବନବିଭାଗର କର୍ମଚାରୀମାନେ । ସୂଚନାନୁଯାୟୀ, ଚରିବାକୁ ଯାଇଥିବା କାଂଚଲି ଗାଁର ଧନେ ହରିଜନ ନାମକ ଜଣେ ବ୍ୟକ୍ତିଙ୍କର ଗୋଟିଏ ଗାଈ ଓ ଗୋଟିଏ ବଳଦ ଉପରେ ବାଘ ଆକ୍ରମଣ କରି ମାରି ଦେଇଥିବାବେଳେ ଆଜି ଦିନବେଳା ନିଜର ଗୋରୁଗାଈ ଖୋଜିବାକୁ ଯାଇ ଗାଁ ଲୋକେ ଏ ସଂପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦିଆଯିବା ପରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ସିକେରକୁପା ବନପାଳ ଗିରିଧାରୀ ନାଏକ, ବନରକ୍ଷୀ ତପିମଣି କୁମାର, ବନ କର୍ମଚାରୀ ରାଜ କିଶୋର ନାଏକ, ବିଶ୍ୱମ୍ବର ଗଉଡ, ଚନ୍ଦ୍ରଧ୍ୱଜ ଶବର, ଡେନି ସେନାପତି, ସରୋଜ ପ୍ରଧାନ, ଅଜିତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାଘଟିର ଗତିବିଧି ଉପରେ ନଜର ରଖିଛନ୍ତି । ଅପରପକ୍ଷରେ ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ମୃତ ଗାଈ ଓ ବଳଦର ବ୍ୟବଚ୍ଛେଦ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବ୍ଲକ ପ୍ରଶାସନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁନେଇ ସମୀକ୍ଷା କଲେ ଜିଲ୍ଲା ବିଜେଡି ସଭାପତି

Sunil Chandra Nayak

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

Sunil Chandra Nayak

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!