ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ରୁପ୍ରା, ୧୫/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମାଣ୍ଡେଲ ଗ୍ରାମର ପୂର୍ବ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଧର୍ମୁ ପଧାନଙ୍କ ୯୨ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ସକାଳ ୯/୪୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ଧର୍ମୁ ପଧାନଙ୍କ ପତ୍ନୀଙ୍କ ସମେତ ତିନିପୁଅ ଚାରୁଚନ୍ଦ୍ର, ପିତବାସ, ଦୀନବନ୍ଧୁ, ପୁତ୍ରବଧୁ ,ନାତିନାତୁଣୀ ଓ ତିନି ଝିଅ ଓ ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଶେଷ ସମୟରେ ଉପସ୍ଥିତ ଥିଲେ। ନିଜ ଜୀବନ କାଳ ଭିତରେ ଅନେକ ଗୁଡିଏ ଉନ୍ନତି ମୂଳକ କାମ, ସେବା ମନୋବୃତ୍ତି ଚିରଦିନ ପାଇଁ ଅମର ହୋଇଯାଇଛି । ମାଣ୍ଡେଲ ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଭୂମିଦାନ ସଂଗେ ସଭାପତିତ୍ୱ ଗ୍ରହଣ କରି ଦୀର୍ଘ ଦିନ ସେବା ଯୋଗାଇ ଆସୁଥିଲେ । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଜର ଜମିରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

masiha

ନିପା ସଂଘ ଦ୍ଵାରା ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ 

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!