ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଂଶଧାରା ନଦୀରେ ଛଡ଼ାଗଲା 7.5 ଲକ୍ଷ ମାଛ ଯାଆଁଳା 

ବଂଶଧାରା ନଦୀରେ ଛଡ଼ାଗଲା 7.5 ଲକ୍ଷ ମାଛ ଯାଆଁଳା 

ଅଦ୍ୟତା 21.04.2025 ରିଖ ରେ ରାୟଗଡା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବଂଶଧାରା ନଦୀରେ 7 ଲକ୍ଷ 50 ହଜାର ମାଛ ଯାଆଁଳା ଛଡ଼ାଗଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଯୋଗଦେଇଥିଲେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଉକ୍କଂବା ଶ୍ରୀମତୀ ମେନକା ସବର, ଏମ.ବି.କେ, ସି.ଆର.ପି, ରାମନାଗୁଡ଼ା, ରାମନାଗୁଡ଼ା ବ୍ଲକ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର 40 ରୁ ଉର୍ଧ୍ଵ ମହିଳା ସଦସ୍ୟା, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ବ୍ୟବସାୟୀ ମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ – ଶ୍ରୀ ଜ୍ଞାନ ରଞ୍ଜନ ସେଠୀ ସଭାପତିତ୍ବ କରିଥିବା ବେଳେ, ବିଭିନ୍ନ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ନଦୀ ଭଣ୍ଡାର ରୁ ମାଛ ବଂଶ ଧୀରେ ଧୀରେ ଲୋପ ପାଇଯାଉଥିବା ରୁ, ସରକାର ଙ୍କ ଦ୍ୱାରା ଏହି ନଦୀ ଭଣ୍ଡାରରେ ମାଛ ଜାଅଁଳା ଛାଡିବା କାର୍ଯ୍ୟକ୍ରମ, ଏକ ଅଭିନବ ପ୍ରୟାସ, ଯାହାକି ନଦୀରୁ ମାଛ ଧରି, ଜୀବିକା ନିର୍ବାହ କରୁଥିବା ଲୋକ ମାନଙ୍କର ଆୟ ବୃଦ୍ଧି କରିବା ରେ ନିଶ୍ଚିତ ରୂପେ ସହାୟକ ହେବ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାପ ଚୋଟରେ ମହିଳା ମୃତ

Sunil Chandra Nayak

ବିଶିଷ୍ଟ ସମାଜସେବୀ ସୁନୀଲ ସିଂ ଙ୍କ ଅକାଳ ବିୟୋଗ- ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି 

masiha

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୪-୨୫ ଅନୁଷ୍ଠିତ 

masiha

Leave a Comment

error: Content is protected !!