ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସି ଦେଖି ଚାଲିଗଲେ ନଗରପାଳ,ଦୀର୍ଘ ଦିନ ଧରି ନାଳଟି ଖୋଲା ମେଲାରେ

ଆସି ଦେଖି ଚାଲିଗଲେ ନଗରପାଳ,ଦୀର୍ଘ ଦିନ ଧରି ନାଳଟି ଖୋଲା ମେଲାରେ 

ଯୋଡ଼ା – ଦୀର୍ଘ ଦିନ ଧରି ଖୋଲା ମେଳାରେ ପଡ଼ିଥିବା ନାଳକୁ ଆସି ଦେଖି ଚାଲିଗଲେ ନଗରପାଳ ଶ୍ରୀ ଜଗଦୀଶ ସାହୁ ଏବଂ ଟିମ । ହେଲେ ନାଳ ନିକଟ ଦେଖିକି ଯୋଡ଼ା ପୌରପାଳିକାର ନଗରପାଳ ଯିବାର ଗୁଡେ ଦିନ ବିତି ଯାଇଥିଲେ ମଧ୍ୟ କାମ ସରିବା ଦୂର କଥା ଆରମ୍ଭ ହୋଇ ମଧ୍ୟ ପାରିଲାନାହିଁ । ତେବେ ସୂଚନା ଯୋଗ୍ୟ ଯୋଡ଼ା ପୌରାଞ୍ଚଳର ଶାସ୍ତ୍ରୀନଗରର ଏକ ନାଳ ଯାହା ଦୀର୍ଘ ଦିନ ଧରି ଖୋଲା ମେଲାରେ ରହିଥିବାର ଦେଖିବାକୁ ମିଳେ। ଖୋଲା ରହିବା ହେତୁ ମଇଳା ଆବର୍ଜନାରେ ଦୂଷିତ ହେବା ସହ ନିକଟ ସ୍ଥାନରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ଦେଖାଦେଇ ଦୁର୍ଗନ୍ଧ ବଢେ। ବର୍ଷା ଦିନ ଥିବାରୁ ଉକ୍ତ ନାଳ ନିକଟ ଘାସ ବଣ ବଢୁଥିବାରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗ ପ୍ରତି ଭୟ ଏକ ପ୍ରକାର ବଢିବାରେ ଲାଗିଛି । ଏପରିକି କେହି କେହି ନିଜର ପାଇଖାନା ଟାଙ୍କିର ପାଇପ ସଂଯୋଗ ଉକ୍ତ ନାଳରେ କରିଥିବାରୁ ନାଳ ନିକଟରେ ଥିବା କେତକ ପରିବାର ନାହିଁନଥିବା ସମସ୍ୟା ଭୋଗୁଥିବାର ଜାଣିବାକୁ ମିଳେ । ତେବେ ବହୁ ବାର ଫୋନ ଯୋଗେ ଏବଂ ଶ୍ରୀ ସାହୁ,ଉପନଗରପାଳ ତଥା ସ୍ଥାନୀୟ କାଉନସିଲରଙ୍କୁ ବାରମ୍ବାର ସୂଚନା ଦେବା ସ୍ଵତ୍ୱେ ବର୍ତ୍ତମାନ ଯାଏ କୌଣସି ସୁଫଳ ମିଳିବା ହୋଇନଥିବାରୁ ଅସନ୍ତୋଷର ବାତାବରଣ ଦେଖାଦିଏ ।

ରବୀନ୍ଦ୍ର  ଖମଣିଆ ଙ୍କ ରିପୋର୍ଟ 

Related posts

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ

masiha

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

masiha

Leave a Comment

error: Content is protected !!