ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ଙ୍କ ମୃତ୍ୟୁ ରେ ଶୋକ ସଭା

ସମାଜ ସେବୀ ଙ୍କ ମୃତ୍ୟୁ ରେ ଶୋକ ସଭା

ନବରଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ତାର ଆଜୀବନ ସଭ୍ୟ ଆଇ ଭି କୋଟେଶ୍ୱର୍ ରାଓ ଙ୍କୁ ସବୁଦିନ ପାଇଁ ହରାଇ ବସିଲା । ସ୍ବର୍ଗତ କୋଟେଶ୍ୱର ଜଣେ ସମାଜ ସେବୀ ,ଜିଲ୍ଲା ଲାଇନ୍ସ କ୍ଳବ୍ ଗଭର୍ଣ୍ଣର ସହିତ ଜଣେ ପ୍ରତିଷ୍ଠତ ବ୍ୟବସାୟୀ ଭାବେ ନିଜକୁ ପତିଷ୍ଠା କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଥିଲେ ତାଙ୍କ ଜୀବନକାଳ ମଧ୍ୟରେ ସେ ଜିଲ୍ଲା ଚମ୍ବର୍ସ ଅଫ୍ କମର୍ସ ର ଉପଦେଷ୍ଠ,ଜିଲ୍ଲା ସେଲ ଟାକ୍ସ ର ଉପଦେଷ୍ଠା, ସହିତ ଓଡ଼ିଶା ଅର୍ଯ୍ୟ ମହାସଭାର ରାଜ୍ୟ ସମ୍ପାଦକ ବି ରହିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବୟସ ହୋଇଥିଲା ତାଙ୍କ ବିୟୋଗ ରେ ନବରଙ୍ଗପୁର ସହର ରେ ବିଶେଷ କରି ବ୍ୟବସାୟୀ ମହଲ ରେ ଦୁଃଖ ଖେଳି ଯାଇଥିଲା।ସବୁଠାରୁ ବଡ କଥା ହେଉଛି ତାଙ୍କ ବଡ ଝିଅ ହିନ୍ଦୁ ରୀତିନୀତି ଅନୁଯାୟୀ ସବୁ କରି ମୁଖାଗ୍ନି ଦେଇଥିଲେ। ସଭାର ସଭାପତି ନାରାୟଣ ପଣ୍ଡା ସ୍ବର୍ଗତ କୋଟେଶ୍ଵର୍ ଜଣେ ମେଳାପି ବ୍ୟକ୍ତି ଥିବାର କହିଥିଲେ। ଡ ରାଧାନାଥ ବେହେରା ନିଜ ବକ୍ତବ୍ୟରେ କହିଥିଲେ ସେ ଜଣେ ଆଗ ଧାଡ଼ିର ବ୍ୟକ୍ତି ପ୍ରତି କଥାରେ ଆଗରେ ଆସି ଠିଆ ହେଉଥିଲେ। ନବରଙ୍ଗପୁର ର ପ୍ରତ୍ୟେକ ମଠ ମନ୍ଦିର ସହିତ ଯୋଗାଯୋଗ କରି ତାର ଉନ୍ନତି ଦିଗରେ କାମ କରୁଥିଲେ। ସ୍ବର୍ଗତ କୋଟେଶ୍ଵର ଙ୍କ ସ୍ମୁତିରେ କିଛି କାର୍ଯ୍ୟ ତାଙ୍କ ପରିବାର ହେଉ କିମ୍ବା ପାଠାଗାର ତରଫରୁ କରାଯିବାର ବ୍ୟବସ୍ଥା କରିବାକୁ ସମସ୍ତ ଉପସ୍ଥିତ ସଭ୍ୟ ମାନେ ପ୍ରସ୍ଥାବ ରଖିଥିଲେ ।ଏଥିରେ ବରିଷ୍ଠ କର୍ମକର୍ତ୍ତା ଗୋପବନ୍ଧୁ ବିଷୋୟୀ,ବିଜୟ କୁମାର ଚୌଧୁରୀ,କୁମୁଦ ପଟ୍ଟନାୟକ, ନିରଞ୍ଜନ ମିଶ୍ର,ଜଗନ୍ନାଥ ବେହେରା ,ରଜନୀ ପାତ୍ର ,ତ୍ରିବିକ୍ରମ ନନ୍ଦ ପ୍ରମୂଖ ଙ୍କ ସହିତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ସ୍ମୁତି ଚାରଣ ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର କୁ ଧୈର୍ଯ୍ୟ ଏବଂ ସାହସ ଦେବାକୁ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ

ରିପୋର୍ଟ ମସିହା ନିଉଜ୍ 

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!