ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ନିରାପତ୍ତା କୌଶଳ ସଚେତନତା କାର୍ଯ୍ୟକ୍ରମ 

ଅଗ୍ନି ନିରାପତ୍ତା କୌଶଳ ସଚେତନତା କାର୍ଯ୍ୟକ୍ରମ 

ଆସିକା, ୧୪/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା କୌଶଳ ସଚେତନତା ସପ୍ତାହ ପାଳନ ଅବସରରେ ମୁଣ୍ଡ ମରାଇ ବସଷ୍ଟାଣ୍ଡ ,ତାଳ ପାଟଣା ଛକ, ମୁକ୍ତେଶ୍ଵର ଫିଲିଙ୍ଗ ଷ୍ଟେସନ ଛକ, ଜାନବିଲି ମିଲଛକ,ପୋଲିସ ଷ୍ଟେସନ, ଜଗନ୍ନାଥ ମନ୍ଦିର ଛକ ଓ ବ୍ଲକ ଅଫିସ ଛକ ରେ ବାତ୍ୟା ସମୟରେ ଗଛ ମୂଳରେ ନରହିବା,ବଜ୍ରପାତ ସମୟରେ ମୋବାଇଲ ଟାୱାର ନିକଟରେ ନରହିବା,ବାତ୍ୟା ଓ ମାତ୍ରାଧିକ ପବନ ବହିବା ସମୟରେ ବିପଦ ସଙ୍କୁଳ ଘର, କାନ୍ଥ ନିକଟରୁ ଦୂରରେ ରହିବା,ଗ୍ୟାସ ଚୁଲାରେ ରୋଷେଇ ସମୟରେ ସତର୍କତା ଅବଲମ୍ବନ କରିବା,ରାସ୍ତାରେ ଗାଡ଼ି ମଟର ଚଳାଇ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଆଜି ଅଗ୍ନୀଶମ ବାହିନୀ ତରଫରୁ ଲୋକଙ୍କୁ ବିଭିନ୍ନ ସଚେତନା କରାଯାଇଥିଲା । ଅଗ୍ନୀଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ହାବିଲଦାର ସନତ ପ୍ରଧାନ, ଆଗ୍ନିକ କଳିଙ୍ଗ ତରାଇ, ସାଜନ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ପବିତ୍ର ବେହେରା,ଚନ୍ଦନ ପରିଡ଼ା ଓ ଆଶୁତୋଷ ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ଧରି ଚାଲିବ ।

Related posts

ନୂଆ ପେନସନ ନୀତିର ପୁନର୍ବିଚାର ପାଇଁ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ଅନୁରୋଧ

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

ଆମ ସାହିତ୍ଯ ଆମ ଅସ୍ମିତାର ପରିଚୟ. ବୈଶାଖୀ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!