ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ରାଉରକେଲା : ଭାରତୀୟ ସମ୍ବିଧାନ ଗ୍ରହଣ ହେବାର ୭୭ବର୍ଷ ପୂର୍ଣ୍ଣ ଅବସରରେ ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ “ସମ୍ବିଧାନ ଦିବସ ” ପାଳିତ ହୋଇଯାଇଛି l ଏହି ଅବସରରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଓ ପୁଷ୍ପ ପ୍ରଦାନ କରାଯାଇଥିଲା l ଏହାପରେ ମହାବିଦ୍ୟାଳୟର ସେମିନାର ହଲଠାରେ ପ୍ରସ୍ତlବନା ପାଠ କରାଯାଇ,ସମ୍ବିଧାନରେ ଥିବା ଆର୍ଟିକିଲକୁ ନେଇ ଆଲୋଚନା ହୋଇଥିଲା, ଏଥିରେ ଅଜୟ କୁମାର, ଅସିତ ବେହେରା, ଅମିତ ପାତ୍ର, ତାନିୟା ୱାରସି, ଧରିତ୍ରୀ ରଞ୍ଜନ ମହାନ୍ତି, ଅରସଲାନ ଖାନ, ଅଳକାରାଣୀ ମାହାନ୍ତ , ରେହେନୁମା ଖାତୁନ, ହବିବ ଅଲ୍ଲୀ, ଶ୍ଵେତା ରାଇ, ସାଗର କୁମାର ସାହl ପ୍ରମୁଖ ଭଗନେଇ ଆର୍ଟିକିଲ ୧୨,୧୪,୧୭,୧୯,୨୦,୨୧,୨୮ ଏବଂ ୩୨ ଉପରେ ନିଜ ନିଜର ମତାମତ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ନାରାୟଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

Sunil Chandra Nayak

ବଡାମତଳିଆ ଓଡ଼ିଶା ବ୍ୟାଙ୍କ ମେନେଜରଙ୍କ କାର୍ଯ୍ଯରେ ଅତିଷ୍ଠ ହୋଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

masiha

ଆଇନଜୀବୀ ସଂଘ ନିର୍ବାଚନ: ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ l

masiha

Leave a Comment

error: Content is protected !!