ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

ଗୋଲାମୁଣ୍ଡା ତା-୦୮/୦୨ // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ର ଷଷ୍ଠ ତମ ବାର୍ଷିକ ଉତ୍ସବ ସମାରୋହର ମହା ଆଡ଼ମ୍ବରରେ ସମାପନ ହୋଇଯାଇଛି । ଏହି ଅବସରରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଲାମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ ପୁରୁଷୋତ୍ତମ ରାଉତ ଏବଂ ସମାଜସେବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଶ୍ରୀଯୁକ୍ତ ଗୋଦାବରୀଶ ପଣ୍ଡା ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ଏବଂ ସରସ୍ଵତୀ ଶିଶୁ ମନ୍ଦିର ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ ମାଁ ବିଣାପାଣି ଙ୍କ ପାଖରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ଶିଶୁ ମନ୍ଦିର ର ଗୁରୁଜୀ ଅଶ୍ଵିନୀ ମଲ୍ଲିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପରିଚାଳନା ସମିତି ର ସଂପାଦକ ଶ୍ରୀଯୁକ୍ତ ଅନିଲ କୁମାର ରାଉତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସମସ୍ତ ସମ୍ମାନିତ ଅତିଥି ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଅଭିଭାଷଣ ପ୍ରଦାନ କରି ସମସ୍ତ ଅଭିଭାବକ, ଅଭିଭାବିକା, ଛାତ୍ର,ଛାତ୍ରୀ ଦର୍ଶକ ମାନଙ୍କ ମନ ଜିଣିଥିଲେ । ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ ପରେ ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।ପରେ ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

masiha

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

Sunil Chandra Nayak

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

Leave a Comment

error: Content is protected !!