ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ଚଢାଉ , ଦୁଇ ବେଆଇନ ମଦ ବ୍ୟବସାୟୀ ଗିରଫ

ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ବ୍ଲକରେ ବେଆଇନ ଦେଶୀ ମଦ ଗାଁ ଗାଁ ରେ , ଛକ ଛକରେ ଅବାଧ ଓ ବେଧଡକ ଭାବେ ବିକ୍ରୟ ହେଉଥିବା ନେଇ ଚନ୍ଦାହାଣ୍ଡି ଅଂଚଳର କିଛି ବୁଦ୍ଧିଜୀବି ତଥା ମହିଳା ମାନେ ପ୍ରତିକ୍ରିିୟା ପ୍ରକାଶ କରିବା ପରେ ଅବକାରୀ ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି । ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ ଙ୍କ ନିର୍ଦ୍ଦେଶକ୍ରମେ ରାଇଘର ଅବକାରୀ ନିରୀକ୍ଷକ ହରିହର ସିଂ ଙ୍କ ନେତୃତ୍ୱରେ ଅବକାରୀ ଅଧିକାରୀ ସୁଜିତ କୁମାର ନାଗ ଏକ ଟିମସହ ଚନ୍ଦାହାଣ୍ଡି ବ୍ଲକର ଫଟିକି ଗ୍ରାମ ପଂଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ସର୍ଚ କରିଥିଲେ । କୈାଣସି ସୂତ୍ରରୁ ଖବର ପାଇ ଫଟିକି ଗ୍ରାମର ସୁବାଷ କରକରା(୫୬) ଙ୍କ ଘରେ ଚଢାଉ କରିଥିଲେ ସୁବାଷ ବେଆଇନ ଭାବେ ନିଜ ଘରେ ମଦ ବ୍ୟବସାୟ କରୁଥିବା ବେଳେ ତାଙ୍କ ଘରୁ ବେଆଇନ ଭାବେ ବିକ୍ରୟ କରୁଥିବା ୬୦ ଲିଟର ମଦ ଜବତ କରିଥିଲେ । ଏହାପରେ ପାଟଖଲିଆ ଗ୍ରାମ ପଂଚାୟତ ଅଧିନସ୍ଥ ଧୁରୁଆପଡା ଗ୍ରାମର ଲଖିଧର ଝାଙ୍କର (୨୬) ଙ୍କ ଘରେ ଚଢାଉ କରିଥିବା ବେଳେ ତାଙ୍କ ଘରେ ୩୦ ଲିଟର ବେଆଇନ ମଦ ଜବତ କରିଥିଲେ । ଏନେଇ ଉଭୟ ଙ୍କ ନାମରେ କେସ ନଂ-୬/୨୩ ଓ ୭/୨୩ ପ୍ରକାରେ ଅବକାରୀ ଧାରା ୫୨(କ) ରେ ଏକ ମାମଲା ରଜୁ କରିଛନ୍ତି । ଉଭୟ ଅଭିଯୁକ୍ତ ଙ୍କୁ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପ୍ରେରଣ କରାଯାଇଥିବା ବେଳେ ଉଭୟ ଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି । ଏହି ଚଢାଉ ସମୟରେ ଏଏସଆଇ କୁଶ ଜାଲ,ସୁନାଧର କିର୍ସାନୀ,ମହେନ୍ଦ୍ର ଭତ୍ରା, ଜ୍ୟୋସ୍ନା ହରିଜନ,କାଲିମଣି ମୁଦୁଲି,ଅନନ୍ତ ମଲ୍ଲିକ,ପ୍ରସାଦ ବଳବନ୍ତ ରାଏ,ଉତମ କୁମାର ମହାକୁଡ,ରମେଶ ଚନ୍ଦ୍ର ପ୍ରଧାନ,ବିବେକାନନ୍ଦ ସାହୁ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

            

Related posts

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

Sunil Chandra Nayak

ପୋସ୍କୋ କେସ ମାମଲାର ଫେରାର ଅଭିଯୁକ୍ତ ଗିରଫ

Sunil Chandra Nayak

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

Sunil Chandra Nayak

Leave a Comment

error: Content is protected !!