ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

ଦେଶୀ ମଦ ଭାଟି ରେ ଏତେ ଟଙ୍କା କୁଆଡୁ ଆସିଲା ତାହାର ତଦନ୍ତ ହେବ

କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଧର୍ମଗଡ଼ ପୋଲିସ ଷ୍ଟେସନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ। ଆଉ ଜଣେ ଡକାୟତ ଫେରାର ଅଛି।

ଧର୍ମଗଡ଼ ଦେଶୀ ମଦ ଭାଟିରୁ ଦୁଇ ତିନି ମାସ ତଳେ ବହିଷ୍କୃତ ହୋଇଥିବା ରାଞ୍ଚି ର ଜଣେ ପୁର୍ବତନ କର୍ମଚାରୀ ଅନୁଜ କୁମାର ଏହି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଓ ସେ କିଛି ଦିନ ତଳେ ଧର୍ମଗଡ଼ ଆସି ଡ଼କାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଆଇଜି ପ୍ରକାଶ କରିଛନ୍ତି। ତାଛଡା ଦେଶୀ ମଦ ଭାଟିରେ ଏତେ ପରିମାଣର ଟଙ୍କା କେଉଁଠୁଁ ଆସିଲା ତାହାର ତଦନ୍ତ ଆୟକର ଜରିଆରେ ହେବ ବୋଲି ଆଇଜି ନୀତି ଶେଖର କହିଥିଲେ।

ଉକ୍ତ ସାମ୍ବାଦିକ ସମ୍ବିଳନୀରେ କଳାହାଣ୍ଡି ଏସ ପି ଅଭିଳାଷ ଜି, ସଦର ଏସଡିପିଓ ଆଦିନ୍ତ୍ୟ ମାନେ ବାବୁ ରାଓ,ଧର୍ମଗଡ଼ ଏସଡିପିଓ ମନୋଜ କୁମାର ବେହେରା, ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ଗଣେଶ ପୂଜାକୁ କେନ୍ଦ୍ର କରି ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ଯୁବକ

masiha

ଚୋରା ବାଲି ଚାଲାଣ ଅଭିଯୋଗ, ୩ ହାଇୱା ଅଟକ 

masiha

Leave a Comment

error: Content is protected !!