ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର: ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ,24/06/23(ମନିସ): ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ନେଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ତେବେ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିବା ଜଣାପଡିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶୀରେ ଲାଗି ୪ ମଇଁଷି ମୃତ, ଜଣେ ଗିରଫ

masiha

ପମ୍ପ ହାଉସରୁ ବାରମ୍ବାର ହେଉଛି ତମ୍ବା କେବୁଲ ତାର ଚୋରି, ପୁଲିସର ହାତ ଖାଲି ,  ପାନୀୟ ଜଳ ଯୋଗାଣ ପ୍ରଭାବିତ 

ଓଡ଼ିଶା ବନ ଭିଜିଲାନ୍ସ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତଙ୍କୁ ଗିରିଫ କରିଥିବା ସୂଚନା

Sunil Chandra Nayak

Leave a Comment

error: Content is protected !!