ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ବିକାଶ ଦିଗରେ ଶିଳ୍ପାନୁଷ୍ଠାନ ମାନେ ଦାୟିତ୍ୱବାନ ହୁଅନ୍ତୁ

ସାମାଜିକ ବିକାଶ ଦିଗରେ ଶିଳ୍ପାନୁଷ୍ଠାନ ମାନେ ଦାୟିତ୍ୱବାନ ହୁଅନ୍ତୁ

ଶିଳ୍ପାନୁଷ୍ଠାନ ମାନେ ସାମାଜିକ ଦାୟିତ୍ୱବୋଧତାକୁ ଗୁରୁତ୍ୱ ଦିଅନ୍ତୁ

ପୋଷ୍ୟ ଗ୍ରାମ୍ୟ ଗ୍ରହଣ କରିବାକୁ ନିଷ୍ପତି

ଢେଙ୍କାନାଳ (ମ ସୀ ହା)23/06: ଶିଳ୍ପାନୁଷ୍ଠାନ ମାନେ ନିଜର ସାମାଜିକ ଦାୟିତ୍ୱବୋଧତା କୁ ହୃଦୟଙ୍ଗମ କରି ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା କର୍ମନିଯୁକ୍ତି କୁ ନିଶ୍ଚିତ କରାଇବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି କହିଛନ୍ତି. ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହ ରେ ଜିଲ୍ଲାର ଶିଳ୍ପାନୁଷ୍ଠାନ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି. ଏହି ବୈଠକ ରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଛନ୍ତି. ସେ ମୁଖ୍ୟତଃ ଶିଳ୍ପାନୁଷ୍ଠାନ ମାନଙ୍କ ସାମାଜିକ ଦାୟିତ୍ୱବୋଧତା କୁ ଗୁରୁତ୍ୱାରୋପ କରିଛନ୍ତି. ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଗାଁ ଗୁଡିକ ଯେଉଁମାନେ ଅନୁନ୍ନତ ଅବସ୍ଥା ରେ ଅଛନ୍ତି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ଗୋଟେ ଗୋଟେ ଗ୍ରାମ କୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶିଳ୍ପାନୁଷ୍ଠାନ ମାନଙ୍କୁ କହିଛନ୍ତି . ଏହା ସହିତ ଖାଲି ପଡ଼ିଥିବା ଜାଗା ମାନଙ୍କରେ ବୃକ୍ଷରୋପଣ ଏବଂ ବ୍ୟାପୁଥିବା ପ୍ରଦୂଷଣ କୁ କିପରି ରୋକାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି. ଯେହେତୁ ଏହି ଜିଲ୍ଲାରେ ବଣୁଆ ହାତୀ ମାନଙ୍କ ଚଳପ୍ରଚଳନ ରହିଛି ତେଣୁ ଶିଳ୍ପାନୁଷ୍ଠାନ ମାନେ ନିଜର କର୍ମଚାରୀ ଏବଂ ସ୍ଥାନୀୟ ଲୋକ ମାନଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି. ଏହି ଦିଗରେ କାର୍ଯ୍ୟ କରିବା ପାଇଁ ଡି. ଏଫ. ଓ.ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶୁତି ଦେଇଛନ୍ତି.।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଉଦୟ କୁମାର ମହାପାତ୍ର,ଡି.ଏଫ. ଓ. ସୁମିତ କୁମାର କର,ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନାଦ ସ୍ୱାଇଁ, ସମସ୍ତ ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଶିଳ୍ପାନୁଷ୍ଠାନ ମାନଙ୍କର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅକ୍ଷୟ ତୃତୀୟାରେ ମହିସ୍କୁଦର ଗାଁ ରେ ଶତାଧିକ ଚାଷୀଙ୍କୁ ନେଇ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ

Sunil Chandra Nayak

ସ୍ବାଧୀନତା ସଂଗ୍ରାମୀ ସହୀଦ ବୈଦ୍ୟନାଥ ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

masiha

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!