ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁ ପେନସନର ନୃତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ 

ଗୋଲାମୁଣ୍ଡା,୨୪/୦୬( ନିର୍ଭୟ, ନିରପେକ୍ଷ ମସିହା,)ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶନିବାର ଗୋଲାମୁଣ୍ଡା ବ୍ଲକର ୯ଟି ପଞ୍ଚାୟତରେ ୪୮୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବୃନ୍ଦାବହାଲ ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଅଧ୍ୟାକ୍ଷ ବିନ୍ଦୁ ମହାନନ୍ଦ, ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ।ଏହି କାର୍ଯ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ବୃନ୍ଦାବହାଲ ପଞ୍ଚାୟତ ସରପଞ୍ଚ ଇଂ ଦୀନେଶ କୁମାର ରାଉତ, ଜୋନଂ-୧ ଜିଲ୍ଲାପରିଷଦ ହେମାଙ୍ଗୀନ ରାଉତ, ସମିତି ସଭ୍ୟ ଗୋରେଖ ବିଶି ପ୍ରମୁଖଙ୍କ ଉପସ୍ଥିତିରେ ବୃନ୍ଦାବାହାଲ ପଞ୍ଚାୟତରେ ୮୧ ଜଣ ହିତାଧିକାରୀଙ୍କୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା ଭତ୍ତା ପ୍ରମାଣପତ୍ର ସହ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସେହିପରି ଗଣ୍ଡାମେହେର ପଞ୍ଚାୟତ ଠାରେ ୪୯ ଜଣ, ଗୋଲାମୁଣ୍ଡା ପଞ୍ଚାୟତରେ ୬୩ ଜଣ,ନକଟିକାନି ପଞ୍ଚାୟତରେ ୫୨ ଜଣ, ଖଲିଆକାନି ପଞ୍ଚାୟତରେ ୨୮ ଜଣ, ମାଂଝରି ପଞ୍ଚାୟତରେ ୫୦ ଜଣ, ଉଦେଶ୍ରୁଙ୍ଗ ପଞ୍ଚାୟତରେ ୩୯ ଜଣ, ଚପରିଆ ପଞ୍ଚାୟତରେ ୯୦ ଜଣ,ଚିଚିଆ ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରାଯାଇଥିଲା |

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ପରିବହନ ଯୁଗ୍ମ ସମନ୍ଵୟ କମିଟି ପକ୍ଷରୁ ସାଂସଦ ଦିଲ୍ଲୀପ ରାୟଙ୍କୁ ଭେଟିବା ସହିତ ସମସ୍ଯା ନେଇ ଆଲୋଚନା

ଅଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

Sunil Chandra Nayak

ସଂଗ୍ରାମର ସଫଳତା : ଲାଇସେନ୍ସ କ୍ୱାର୍ଟର, ଡବଲ୍ କ୍ୱାର୍ଟର ଓ ରିଟେନ୍ସନ୍ ସ୍କିମ୍ ନେଇ ମିଳିଲା ବଡ଼ ଆଶ୍ୱସ୍ତି

Leave a Comment

error: Content is protected !!