ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବିବାଦ କୁ ନେଇ ଗୋଷ୍ଠୀ ବିବାଦ

ଡାବୁଗାଁ, ୨୪/୬ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଅଞ୍ଚଳା ପଞ୍ଚାୟତ ଅଞ୍ଚଳା ଗ୍ରାମରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି l ଏଥିରେ ୧୮ ଜଣ ଆହତ ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି l ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏ ନେଇ ଦୁଇ ଗୋଷ୍ଠୀ ଡାବୁଗାଁ ଥାନାରେ ପୃଥକ ପୃଥକ ଏତଲା ଦେଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି l ସୂଚନାଯୋଗ୍ୟ:- ଅଞ୍ଚଳା ଗ୍ରାମର ଖଗପତି ଗୌଡ ଓ ସମ୍ପର୍କୀୟ ଭାଇ ପର୍ଶୁ ଗୌଡ ଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେଲା ପ୍ରାୟ ୧୧ ଏକର ଜମି ଭାଗବଣ୍ଟା କୁ ନେଇ ବିବାଦ ଲାଗି ରହିଥିଲା l ଏଥି ପୂର୍ବରୁ ଗତ ବର୍ଷ ମଧ୍ୟ ଦୁଇ ଭାଇ ମଧ୍ୟରେ ଜମି ବିବାଦ ଦେଖା ଦେଇ ଗୋଷ୍ଠୀ ସଂଘର୍ଷ ହୋଇ ଉଭୟ ପକ୍ଷ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ଏପରିକି ମାମଲା କୋର୍ଟରେ ବିଚାରାଧୀନ ରହିଛି l ଶୁକ୍ରବାର ସକାଳ ୬ଟାରେ ଖଗପତି ଗୌଡଙ୍କ ପରିବାର ଲୋକ ନିଜ ଜମିରେ ହଳ କରିବା ପାଇଁ ଯାଇଥିଲେ l ତେବେ ଏହି ସମୟରେ ପର୍ଶୁ ଗୌଡଙ୍କ ଗୋଷ୍ଠୀ ଅଚାନକ ଜମିରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ l ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା l ଦୁଇ ଗୋଷ୍ଠୀ ମଧ୍ୟରେ ଟାଙ୍ଗିଆ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ହୋଇଥିଲା l ଏଥିରେ ଉଭୟ ଗୋଷ୍ଠୀର ୧୮ ରୁ ଉର୍ଦ୍ଧ ଜଣ ଆହତ ହୋଇଥିଲେ l ସମସ୍ତ ଆହତଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସ୍ଵାସ୍ଥ୍ଯ ଅବସ୍ଥା ଗୁରୁତର ଥିବାରୁ ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଗୁରୁତ୍ତର ମାନେ ହେଲେ ପିପଲ ଗୌଡ, ହିରାବତି ଗୌଡ, କମଲ ଗୌଡ, ଜୟରାମ ଗୌଡ, ଭାସ୍କର ଗୌଡ, ପରମ ଗୌଡ, ତମସ ଗୌଡ, ଦୁର୍ଜନ ଗୌଡ ପ୍ରମୁଖ ଓ ଅନ୍ୟ ୯ ଜଣ ଆହତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି l ଏ ନେଇ ଉଭୟ ପକ୍ଷରୁ ଡାବୁଗାଁ ଥାନାରେ ପୃଥକ ଏତଲା ଦିଆଯାଇ ଥିବାବେଳେ ଥାନା ମାମଲା ଯଥାକ୍ରମେ ୧୨୩୵୨୩ ଓ ୧୨୪୵୨୩ ରୁଜୁ କରି ପୋଲିସ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିବାହିତ ପୁରୁଷ ଙ୍କୁ ପ୍ରେମ କରି ଜୀବନ ହାରିଲେ ଯୁବତୀ

masiha

ଜମି ବିବାଦ କୁ ନେଇ ଫୁଟିଲା ଗୁଳି

Sunil Chandra Nayak

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

Leave a Comment

error: Content is protected !!