ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

 ତେନ୍ତୁଳିଖୁଣ୍ଟି :୨୪/୦୬/୨୩ // ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କୁ ବ୍ଲକ ର 6 ଗୋଟି ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଗତ କାଲି ପତ୍ର ସଂଖ୍ୟା 542/23 ରେ ନିର୍ଦେଶ ଦେଇଛନ୍ତି। ଗତ କିଛି ବର୍ଷ ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ତିନି ମାସ ର ଚାଉଳ ଏକ ଥରେ ଦିଆ ଯାଇ ଆସୁଛି। କିନ୍ତୁ ପୂଜାରିଗୁଡା ,କଂଗ୍ର। ,କଣ୍ଟାଗାଁ ,ଦିଗି ଅଞ୍ଚଳଗୁମ୍ମା ଗ୍ରାମ ପଂଚାୟତ ରେ ହିତାଧିକାରୀ ଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ତିନି ମାସର ଚାଉଳ ପରିବର୍ତ୍ତେ ଦୁଇ ମାସର ଚାଉଳ ଦିଆଯାଇଛି।ଅଥଚ ବିପ୍ପଣୀ ନିରୀକ୍ଷକ ନିଜ ଉପରିସ୍ତ ଅଧିକାରୀ ଙ୍କୁ ଦେଇଥିବା ରିପୋର୍ଟ ରେ ସବୁ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ସାରିଛନ୍ତି ଓ ପଂଚାୟତ ରେ କିଛି ଷ୍ଟକ ନାହିଁ ବୋଲି ପ୍ରଦାନ କରିଥିଲେ । ହିତାଧିକାରୀ ଙ୍କ ହକ ପାଇଁ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଜିଲ୍ଲାପାଳ ମିଶ୍ର ବିଡ଼ିଓ ଙ୍କୁ ଦେଇଥିବା ପତ୍ର ରେ ବିପ୍ପଣୀ ନିରୀକ୍ଷକ ଙ୍କ ଅବହେଳା ତଥା ସେ ବଣ୍ଟନ ବ୍ୟବସ୍ଥା କୁ ସଠିକ ଅନୁଧ୍ୟାନ କରୁନଥିବା ପ୍ରତୀୟମାନ ହେଉଛି। ଏଥି ସହ ଅଭିଯୋଗ ହେଉଥିବା ଛ ଗୋଟି ପଂଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଙ୍କ ଦରମା ବନ୍ଦ କରି ତୁରନ୍ତ ସାତ ଦିନ ମଧ୍ୟରେ ହିତାଧିକାରୀ ଙ୍କୁ ଏପ୍ରିଲ ମେ ଓ ଜୁନ ର ଚାଉଳ ପାଇବା ସୁନୁଶ୍ଚିତ କରିବାକୁ ବିଡିଓ ଙ୍କୁ ନିର୍ଦେଶ ରହିଛି। ଏହି ବଣ୍ଟନ ପ୍ରକ୍ରିୟା ରେ ସ୍ଵଛତା ପାଇଁ ପଂଚାୟତ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତି ରେ ବଣ୍ଟନ କରିବାକୁ ନିର୍ଦେଶ ଦେଇଛନ୍ତି। ଗଣ ମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପରେ  ସାତ ଦିନ ମଧ୍ୟରେ ବଣ୍ଟନ ପାଇଁ ନିର୍ଦେଶ ଆସିିଛି । ଦେଖା ଯାଉ କେତେଦୂର କାର୍ଯ୍ୟକାରୀ ହେଉଛି। ସେ ଯାହାବି ହେଉ ହିତାଧିକାରୀ ଙ୍କ ଜୁନ ମାସର ଚାଉଳ ଗଲା କୁଆଡେ ?ଏହାର ତଦନ୍ତ କାହିଁକି କରା ଯିବନି। କଣ ସବୁବେଳେ ଗଣ ମାଧ୍ୟମ ଖବର ପ୍ରକାଶ ପରେ ହିତାଧିକାରୀ ହକ ପାଇବେ? ଯଦି ଏଭଳି ପ୍ରତି ମାସରେ ସ୍ୱଳ୍ପ ସଂଖ୍ୟକ ହିତାଧିକାରୀ ଙ୍କୁ ଠକା ଯାଉ ନଥିବ କି?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସମସ୍ୟା ଘେରରେ ନରଲା ରୋଡ ରେଳ ଷ୍ଟେସନ 

Sunil Chandra Nayak

ପଛ ଚକା ଫାଟି ୨ ଆହତ

masiha

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସଂପାନ ” ୭୫ ବର୍ଷରେ କଳାହାଣ୍ଡି

masiha

Leave a Comment

error: Content is protected !!