ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଶିକ୍ଷକ ସମାବେଶ ଓ ଆଲୋଚନାଚକ୍ର ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଶିକ୍ଷକ ସମାବେଶ ଓ ଆଲୋଚନାଚକ୍ର ଅନୁଷ୍ଠିତ

ଶିକ୍ଷକ ଆନ୍ଦୋଳନ ନିର୍ଣ୍ଣାୟକ ହେବ : ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା

  ମୟୂରଭଞ୍ଜ -, ୨/୧୦ : ( ମସିହା) ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମାବେଶ ଓ ଆଲୋଚନାଚକ୍ର ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ନିକଟସ୍ଥ ଟଙ୍ଗାବିଲାଠାରେ ଅନୁଷ୍ଠିତ ହୋଇଯାଇଛି | ସମାବେଶରେ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଥମିକ ଶିକ୍ଷକମାନଙ୍କର ବିଭିନ୍ନ ଦାବି ଓ ଆଗାମୀ ଆନ୍ଦୋଳନର ସ୍ବରୂପ ଉପରେ ବିସ୍ତୃତ ଆଲୋଚନା କରିଥିଲେ | ସଂଘର ରାଜ୍ୟ ସଂପାଦକ ବିଭୁପ୍ରସାଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅତୀତରେ ହୋଇଥିବା ବିଭିନ୍ନ ଶିକ୍ଷକ ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ | ସଂଘର ଜିଲ୍ଲା ସଭାପତି ଶରତ କୁମାର ମହାନ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର କର, ସୁଧାଂଶୁ ଶେଖର ମଣ୍ଡଳ, ରାଜ୍ୟ ସଂଗଠନ ସଂପାଦକ ସୂର୍ଯ୍ୟ ପ୍ରକାଶ ସେଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ | ଏହି ଅବସରରେ ଜିଲ୍ଲା ସଂଘର ନୂତନ କାର୍ଯ୍ୟକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା | ସଭାପତି ଶରତ କୁମାର ମହାନ୍ତ, କାର୍ଯ୍ୟକାରୀ ସଭାପତି ସୁବଳ ଶଙ୍ଖୁଆ, ଉପସଭାପତି ଜିତେନ୍ଦ୍ର କୁମାର ଗିରି, ସଂପାଦକ ଦେବବ୍ରତ ଶତପଥୀ, ସଂଗଠନ ସଂପାଦକ ଉତ୍ତମ କୁମାର ସେଠୀ, ଶିଉଲାଲ ମହାନ୍ତ, ସହ ସଂପାଦକ ସପନ କୁମାର ବେହେରା, ତାପସ କୁମାର ବେହେରା କୋଷାଧ୍ୟକ୍ଷ ଚକ୍ରପାଣି ଦଳେଇ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ମିଡିଆ ସଂଯୋଜକ ଭବାନୀ ଶଙ୍କର ଗିରି, ସୋସିଆଲ ମିଡିଆ ସଂଯୋଜକ ମୋହନ କୁମାର ବେହେରା ଓ ମହିଳା ସଂଯୋଜିକା ଭାବେ ସୁମିତ୍ରା ମୁର୍ମୁଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା | ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | ଆନ୍ଦୋଳନକୁ ଦୃଷ୍ଟିରେ ରଖାଯାଇ ନୂତନ ଦାୟିତ୍ବ ଘୋଷଣା କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାର ପୁନର୍ଗଠନ କରାଯିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି | ରାଜ୍ୟ ସଂଘଟି ଏକ ପଞ୍ଜିକୃତ ସଂଗଠନ ହୋଇଥିବାରୁ ପ୍ରତି ତିନିବର୍ଷରେ ଥରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯିବ | ସମାବେଶର ସଫଳ ଆୟୋଜନରେ ସ୍ଥାନୀୟ ଶିକ୍ଷକ ଯତୀନ୍ଦ୍ର ନାଥ ମହାନ୍ତ, ଦିଲ୍ଲୀପ କୁମାର ବାରିକ, ଏଟିଏସ ବେଲାଳସେନ, ଭାଗିରଥୀ ନାଏକ ଓ ବିଜୟ କୁମାର ବିଶ୍ବାଳ ସହଯୋଗ କରିଥିଲେ | ପୂର୍ବତନ ଜିଲ୍ଲା ସଂପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ। ଜନଅଭିଯୋଗର ତ୍ୱରିତ ଫଇସଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ; ବୋଡେନର ମନବୋଧ ମାଝୀ ପାଇଲେ ‘ରାଜସ୍ୱ ମିତ୍ର’ ପୁରସ୍କାର

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

ଜିଲ୍ଲାପାଳଙ୍କ ତେନ୍ତୁଳିଖୁଣ୍ଟି ଗସ୍ତ : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାଲିଥିରେ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!