ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଙ୍କ ମାତୃ ବିୟୋଗ ଏକ….

ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଙ୍କ ମାତୃ ବିୟୋଗ ଏକ….

ରାଉରକେଲା/ ସହରର ଜଣାଶୁଣା ସାମ୍ବାଦିକ ସତ୍ୟାନନ୍ଦ ବେହେରା ଙ୍କ ଆଜି ମାତୃ (କୃତାର୍ଥୀ ବେହେରା ଙ୍କ)ଵିୟୋଗ ଘଟିଛି। ମୃତ୍ୟୁ ବେଳକୁ ୯୬ବର୍ଷ ହୋଇଥିଲା। ଆଜିଦିନ ୧ଟାରେ ସେ ପ୍ରାଣତ୍ୟାଗ କଲେ। ପୂର୍ବରୁ ତାଙ୍କର ବଡ଼ପୁଅ ସର୍ବେଶ୍ଵର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ପୁଅ ସତ୍ୟାନନ୍ଦ ଓ ସୁରଥ ତଥା କନ୍ୟା ସରସ୍ଵତୀ , ପୁତ୍ରବଧୂ ,ଜାମାତା, ନାତିନାତୁଣୀ ଙ୍କୁ ଛାଡି ସେ ଯାଇଛନ୍ତି। ସାନପୁଅ ସୁରଥ ମୁଖାଗ୍ନୀ ଦେଇ ଥିବା ବେଳେ ତାଙ୍କର ଶେଷକୃତ୍ୟ ବେଦବ୍ୟାସ ଘାଟରେ କରାଯାଇଛି। ସେ ଜଣେ ଧର୍ମ ପରାୟଣ ମହିଳା ଥିଵାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ଖବର ପାଇଵା ପରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସଚେତନ ନାଗରିକ ମଞ୍ଚର ସଭାପତି ଵିମଳ ବିଶି, ସମ୍ପାଦକ ପି ପି ରାୟ , ଅମୂଲ୍ୟ ବରାଳ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ବିରଞ୍ଚି ନାରାୟଣ ପଟ୍ଟନାୟକ, ଜଗନ୍ନାଥ ରାଉତ, ଶୈଳେନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ବସନ୍ତ ଦାସ, ସୁବ୍ରତ ଚୈ।ଧୁରୀ, ସୁଜ୍ଞାନୀ ରାୟ, ରଶ୍ମତ ସାହାଣୀ,ସରୋଜ ବେହେରା, ଲକ୍ଷ୍ମଣ ଦାସ, କରୁଣାକର ପାଟ୍ଟଶାଣୀ, ସସ୍ମିତା ପ୍ରଧାନ ପ୍ରମୁଖ ଶୋକ ବ୍ୟକ୍ତ କରିଵା ସହ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

masiha

ଗାରିଡି ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ 

masiha

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!