ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନ୍ଥରେ ଚାପି ହୋଇ ଶିଶୁ କନ୍ୟା ମୃତ, ଗାଁରେ ଶୋକର ଛାୟା

କାନ୍ଥରେ ଚାପି ହୋଇ ଶିଶୁ କନ୍ୟା ମୃତ, ଗାଁରେ ଶୋକର ଛାୟା

କୋକସରା,୨/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅଧୀନରେ ଥିବା କାଉଡୋଲା ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମରେ ଅଘଟଣ ଘଟି ଯାଇଛି । ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ପଡିବାରୁ କାନ୍ଥରେ ଚାପି ହୋଇ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ କୁସୁମଖୁଣ୍ଟି ଗ୍ରାମର ପୁରନ୍ଦର ଧଙ୍ଗଡା ମାଝୀ ସୋମବାର ସକାଳେ ନିଜଚାଷ ଜମିକୁ ଯାଇଥିଲେ । ଝିଅ କାବ୍ୟାରାଣୀ ଧଙ୍ଗଡା ମାଝୀ (୩) ଓ ସ୍ତ୍ରୀ ବୈଦେହି ଛାତ୍ରୀଆ ଘରେ ଥିଲେ । ପୁରୁନ୍ଧର ଗାଁ ରୁ ବିବାହିତ କରି ଥିବାରୁ ନିଜ ଅଜା ଘରକୁ ବେଳେ ବେଳେ ଶିଶୁ କନ୍ୟା ଏକୁଟିଆ ଯିବା ଆସିବା କରିଥାନ୍ତି। ଆଜି ମଧ୍ୟ ଏକୁଟିଆ ନିଜ ଅଜା ଘରକୁ ଯିବା ସମୟରେ ବାଟରେ ଥିବା ଏକ ପରିତ୍ୟକ୍ତ କ୍ଲବ ଘରର କାନ୍ଥ ଭୁଷଡି ପଡ଼ିବାରୁ ଶିଶୁ କନ୍ୟାଟି ଚାପି ହୋଇ ଗୁରୁତର ହୋଇ ପଡ଼ିଥିଲେ । ପରେ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଏକ ବାଇକ ଯୋଗେ କୋକସରା ଡାକ୍ତରଖନାକୁ ନେଇ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଆମପାଣି ଥାନା କେଶ ନମ୍ବର ୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରୁଥିବା ଏଏସ୍ଆଇ ମନୋଜ ନାଏକ ସୂଚନା ଦେଇଛନ୍ତି । ଶିଶୁ କନ୍ୟାର ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁରନ୍ଦର ଗରିବ ଶ୍ରେଣୀର ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

Meri Maati Mera Desh program Odia Pua Mr.Ashribad Joined.

masiha

ରେଙ୍ଗାଳପାଲି ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଯୁବକଙ୍କ ମୃତ ଦେହ ଉଦ୍ଧାର 

masiha

Leave a Comment

error: Content is protected !!